-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ଉଲୁଣ୍ଡା (ଗୌର ଚନ୍ଦ୍ର ପରିଛା) ଆଜି ନନ୍ଦଉସବ ଦିବସରେ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ, କୋଟସମଲେଇ ର ଜିଲ୍ଲାର ବରିଷ୍ଟ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧା ମୂର୍ତ୍ତି ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ ନବାନ୍ନ ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ(ଋଷିି ପଞ୍ଚମୀ, ଗୁରୁବାର ତା ତା-୧. ୦୯. ୨୦୨୨ ଦିନ ପୂର୍ବାହ୍ନ ଘ.୧୦ :୫୬ ରୁ ଦିବା ୧୧:୧୦ ମିନିଟ୍ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବଂ।ଶେ ଅମୃତ ସମୟେ ପଶ୍ଚିମ ଓଡ଼ିଶାର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନକୁ ସର୍ବସମ୍ମୁଖରେ ପ୍ରଭୁଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜୋତିବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି, ଜୋତିର୍ବିଦ ଗୁଣସାଗର ପଣ୍ଡା,, ଜୋତିର୍ବିଦ ମନୋରଂଜନ ପାଢ଼ୀ, ଚିତ୍ତରଂଜନ ପାଢ଼ୀ, ସୁଧୀର ପୁରୋହିତ, ଜଗନ୍ନାଥ ହୋତା, ଶୁଭମ୍ ପାଢୀ, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।