-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବଲାଙ୍ଗୀର(ପ୍ରେରଣା ଖବର) - ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ରେ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ପରିସରରେ ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ଯରେ ଫେନ୍ସି ଡ୍ରେସ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୪୦ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ ସମରା ହାଇସ୍କୁଲର ଶିକ୍ଷକ ରମେଶ ରଣା, ସ୍କୁଲର ଶିକ୍ଷକ ଶ୍ରୀପାଳ ପଣ୍ଡା ଫେନ୍ସି ଡ୍ରେସ ପ୍ରତିଯୋଗିତାର ବିଚାରକ ଭାବେ ଦାୟିତ୍ବ ତୁଲାଇଥିଲେ। ସ୍କୁଲର ପିନ୍ସିପାଳ ଦିନେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୁନନ୍ଦା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।