-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବଲାଙ୍ଗିର, ନଭେମ୍ବର ୧ ବଲାଙ୍ଗିର ଦିନ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ସୁପାରିଶ କରିବା ପାଇଁ ବଲାଙ୍ଗିର ଦିନ୍ ପାଳନ କମିଟି ପକ୍ଷରୁ ଯାଦବ ଭବନ ପରିସରେରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ନିବେଦନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନେକ ବିଚାର ବିମର୍ଶ ପରେ ଗତ ବର୍ଷ ନଭେମ୍ବର ୧ କୁ ବଲାଙ୍ଗିର ଦିନ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ପ୍ରଥମ କରି ପାଳନ କରାଯାଇଥିଲା । ଉତ୍ସବକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ କମିଟି ଦାବୀ କରି ଆସୁଛି । ପୂର୍ବରୁ ପ୍ରାୟ ସମସ୍ତ ବିଧାୟକ ଓ ସାଂସଦ ଙ୍କୁ ଏ ନେଇ ନିବେଦନ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଏ ସଂକ୍ରାନ୍ତରେ ରାଜ୍ୟ
ସରକାରଙ୍କୁ୍ୁ ଚିଠି ପ୍ରଦାନ କରିସାରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ରତନ ମହାରଣା ଓ ପ୍ରଭାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲେ । ଚେୟାରମେନ ଅଙ୍କୁଶ ପାଣ୍ଡିଆ, ଆବାହକ ଜୟକୃଷ୍ଣ ମିଶ୍ର, ଅଷ୍ଟମୀ ବଗର୍ତ୍ତି, ସାଂସ୍କୃତିକ କମିଟିର ଅର୍ଜୁନ ସାହୁ, ଶୋଭନ ଅଗ୍ରୱାଲ, ସୌମ୍ୟ ରଂଜନ ବେହେରା, ସାହିଲ ସିଂ ଗଡତ୍ୟା, ବ୍ୟାସଦେବ ନନ୍ଦ, ଅଷ୍ଟମୀ ବଗର୍ତ୍ତି, କମିଟିର ସଂପାଦକ ପ୍ରଶାନ୍ତ ମହାକୁର ଦାବି ପ୍ରଦାନ କରିଥିଲେ । ଆଗାମୀ ୨୦ ତାରିଖ ଦିନ ସ୍ଥାନୀୟ ଯାଦବ ଭବନରେ ସୋଭିନିୟର କମିଟି ପାଇଁ ପ୍ରସ୍ତୁତ ବୈଠକ ହେବ ବୋଲି କମିଟି ସୂଚନା ପ୍ରଦାନ କରିଛି ।