-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ): ଦେଶରେ ୭୬ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସେହିଭଳି ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ପୁର ପଲ୍ଲୀରେ ସ୍ବାଧିନତା ର ୭୬ ବର୍ଷ ପୂର୍ତ୍ତି ଉପଲକ୍ଷେ " ହର ଘର ମେଁ ତ୍ରିରଙ୍ଗା " ପତାକା ସମ୍ମାନ ର ସହ ଉଡ଼ିଥିଲା । ବରଗଡ଼ ଉପନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକ ପଦ୍ମନାଭ ପୁରୋହିତ ପତାକା ଉତ୍ତୋଳନ କରିଥିଲେ । ଉଦବୋଧନ ରେ ,ଭାରତ ସ୍ଵାଧିନତା ର ୭୬ ବର୍ଷ ରେ ପଦାର୍ପଣ କରିଥିବାରୁ ସଭିଏଁ ସମ୍ମାନ ର ସହ ବଞ୍ଚିବା ଏବଂ ବରଗଡ଼ ଜିଲ୍ଲା କୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହେବା ବୋଲି କହିଥିଲେ । ସ୍ବାଧିନ ଭାରତ ଦେଶ ରେ ସ୍ବାଧିନତା ସମସ୍ତଙ୍କ ଅଧିକାର ,କିନ୍ତୁ ସ୍ଵାଧିନତା ଶଦ୍ଦ ର ଅପବ୍ୟବହାର ନ ହେଉ । ଏଥି ପ୍ରତି ଦୃଷ୍ଟି ଦେବା ସଚେତ ନାଗରିକ ହିସାବରେ ଆମର ସମସ୍ତଙ୍କର ଦାୟିତ୍ଵ ଏବଂ କର୍ତ୍ତବ୍ୟ ।ଏଣୁ ସ୍ବାଧୀନତାର ୭୬ ବର୍ଷ ଆମ ସମସ୍ତଙ୍କ ପାଇଁ ଶାନ୍ତି,ମୈତ୍ରୀ ଏବଂ ଭାଇଚାରା ର ବର୍ଷ ହେଉ ।