-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବରଗଡ଼(ନିରଞ୍ଜନ ତ୍ରିପାଠୀ): ବରଗଡ ଜିଲ୍ଲା ବେଜେପୁର ବ୍ଳକ ସ୍ଥିତ ସମଲେଇପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧା ଶ୍ରମ ଠାରେ ୨୭ତମ ବାର୍ଷିକୀ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି।ଏ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା।ଲାଲସାହେବ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଜେପୁର ବ୍ଳକ ଅଧ୍ୟକ୍ଷ ମୋତିରାମ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରୋହିତ ଲୁହା, ପ୍ରମୋଦ କୁମାର ଗିରି ଯୋଗଦେଇଥିଲେ।
ମୁଖ୍ୟବକ୍ତା ଭାବେ ଚରଣ ଗିରି ଯୋଗଦେଇ ମହିୟସୀ ପାର୍ବତୀ ଗିରିଙ୍କ ସୃତିଚାରଣ କରିଥିଲେ।ସମଲେଇପଦର ଗ୍ରାମର ସମସ୍ତ ସଂଗ୍ରାମୀ ପରିବାରରୁ ତାଙ୍କ ଦାୟଦ ମାନଙ୍କ ଦ୍ୱାରା ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଫଳବୃକ୍ଷ ରୋପଣ
କରାଯାଇଥିଲା । ଶ୍ରୀଯୁକ୍ତ ସାହୁଙ୍କ ଦ୍ଵାରା ପ୍ରାରମ୍ଭେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରିଶେଷରେ ଆଶ୍ରମ ର ସମ୍ପାଦକ ତଥା ପରିଚାଳକ ଜଳନ୍ଧର ପଟେଲ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।