-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ଲୋଇସିଂହା (ବିନୋଦ ଦୀପ) ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଓ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଆଗଲପୁର ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ନିହାର ରଞ୍ଜନ ବେହେରାଙ୍କ ଜନ୍ମ ଦିନ ଅବସରରେ ବିଜୁ ମୋ ପରିବାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି ରକ୍ତଦାନ ଶିବିର ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅଗ୍ରସେନ
ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ରକ୍ତଦାନ ଶିବିରରେ ଭାଟଲି ବିଧାୟକ ସୁଶାନ୍ତ ସିଂହ ଓ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଉଦଘାଟନ କରିଥିଲେ l ଏହି ରକ୍ତଦାନ ଶିବିରକୁ ପାଟଣାଗଡ ବିଧାୟକ ତଥା ବିଧାୟକ ଦଳର ଉପ ମୁଖ୍ୟ ସଚେତକ ଶ୍ରୀ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିବିରକୁ ଲୋଇସିଂହା ବ୍ଲକ ଅଧ୍ୟକ୍ଷା ଯତୀନ୍ଦ୍ର ପଟେଲ, ବିଜେଡି ବ୍ଲକ ସଭାପତି ହୃଦାନନ୍ଦ ବେହେରା, ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଆଗଲପୁର ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ୍, ବିଜେଡି ଆଗଲପୁର ବ୍ଲକ୍ ସଭାପତି
ଶ୍ରୀ ପଞ୍ଚୁ ପଧାନ, ଆଗଲପୁର ଜୋନ ନମ୍ବର ୨ ର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ବୀଣାପାଣି ଦାସ, ଲଖମଣ ମେହେର, ସତ୍ୟ ନାରାୟଣ ଭୋଇ ପ୍ରଭୃତି ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l ଏହି ଶିବିରକୁ ଆଗଲପୁର , ଲୋଇସିଂହା ଓ ପୁଇଁତଳା ବ୍ଲକର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ l ବହୁ ପରିମାଣରେ ରକ୍ତଦାତା ଅଂଶଗ୍ରହଣ କରି ଶିବିରକୁ ସାଫଲ୍ୟ କରିଥିଲେ l ଏହି ରକ୍ତଦାନ ଶିବିରରେ ସର୍ବମୋଟ ୧୫୦ ୟୁନିଟ ସଂଗ୍ରହ ହୋଇଥଲା l