-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) - ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ପଞ୍ଚାୟତ ଛାଡ଼ମୂଳ ଗ୍ରାମର ରୀନା ନାହାକ ଙ୍କୁ ତାଙ୍କ ସ୍ୱାମୀ ହିମାଂଶୁ ନାୟକ ଗତ ସୋମ ବାର ଦିନ ହତ୍ୟା କରି ଏକ ବାଉଁଶ ବୁଦା ମୂଳେ ପଥର ସନ୍ଧି ରେ ପକାଇ ଦେଇଛନ୍ତି | ସୂଚନା ମୁତାବକ 10 ରୁ 12 ବର୍ଷ ତଳେ ନରସିଂହ ପୁର ଜିଲିଣ୍ଡା ଗ୍ରାମର ହିମାଂଶୁ ଓରଫ କୁନାକୁ ରୀନା ବିବାହ କରିଥିଲେ | କୁନା ତାଙ୍କ ଖୁଡି ଙ୍କ ସହିତ ଯୌନ ସମ୍ପର୍କ ରେ ଲିପ୍ତ ଥିବାରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ କନ୍ଦଳ ଲାଗିରହିଥିବା କଥା ରୀନା ଙ୍କର ବଡ ଭଉଣୀ ବୟାନ ରଖିଥିଲେ | ରୀନା ଙ୍କର 2ଟି ପୁଅ ଏବଂ ଗୋଟିଏ ଝିଅ | ପ୍ରାୟ ସବୁବେଳେ କନ୍ଦଳ ହେତୁ ରୀନା ତାଙ୍କ ବାପଘର କୁ ପିଲାଙ୍କୁ ନେଇ ଚାଲି ଆସନ୍ତି | ଦୁଇ ପରିବାର ମଧ୍ୟରେ ଆପୋସ ସମାଧାନ କରି ଦିଆଯାଉଥିବା ବେଳେ ଏଇ ଥର ରୀନା ପ୍ରାୟ ଦୁଇ ମାସ ହେବ ନିଜର ବାପଘର ଛାଡ଼ମୂଳରେ ଥିଲେ | ଗତ ସୋମବାର ଦିନ କୁନା ଶଶୁର ଘର କୁ ଆସିଥିବା ବେଳେ ତାଙ୍କ ଘରେ ଶଶୁର ଶାଶୁ ଙ୍କ ଅନୁପସ୍ଥିତି ହେତୁ ସେ ରୀନା ଙ୍କୁ ହତ୍ୟା କରି ପୁଅ ଝିଅଙ୍କୁ ନେଇ ତାଙ୍କ ନିଜ ଘରକୁ ଚାଲିଯାଇଥିଲେ | ରୀନା ର ବାପା ମା ଘରକୁ ଫେରିବା ପରେ ଝିଅ ଏବଂ ନାତି ନାତୁଣୀ ଙ୍କୁ ନପାଇ ଖୋଜା ଖୋଜି କରିଥିଲେ | ପରେ ଯାଇ ଝିଅ ଶାଶୂଘରେ ଯାଇ କେବଳ ନାତି ନାତୁଣୀ ଙ୍କୁ ଦେଖିଥିଲେ କିନ୍ତୁ ଝିଅକୁ ନପାଇ ବାଧ୍ୟ ହୋଇ ନରସିଂହପୁର ଥାନାରେ ଜଣାଇ ଥିଲେ | ନରସିଂହପୁର ଥାନା ଅଧିକାରୀ କୁନା ଙ୍କୁ ଜେରା କରିବା ପରେ ସେ ନିଜ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ମାନି ଯାଇଥିଲା | ନରସିଂହପୁର ପୁର ଥାନା ଅଧିକାରୀ ଗଣିଆ ଥାନା ଅଧିକାରୀ ଙ୍କୁ ଖବର ଦେବାପରେ ଶ୍ରୀଯୁକ୍ତ ଜୟ ପ୍ରକାଶ ପରିଡା ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି | ଖଣ୍ଡପଡା ଏସଡିପିଓ, ନରସିଂହପୁର ପୋଲିସ, ଗଣିଆ ପୋଲିସ ସମ୍ମିଳିତ ଭାବେ ଘଟଣା ର ତଦନ୍ତ ଜାରି ରଖିଛନ୍ତି | ଘଟଣା ସ୍ଥଳକୁ ଆସାମୀ କୁ ଜାଗା ଚି଼ହ୍ନଟ ପାଇଁ ଅଣା ଯାଇଥିବା ବେଳେ ଉତ୍ୟକ୍ତ ଗ୍ରାମ ବାସୀ ଆସାମୀ କୁ ଛାଡିବାକୁ ନାରାଜ | ରୀନା ଙ୍କ ବଡ଼ଭଉଣୀ ର ଦାବି ଆସାମୀ କୁ ଫାସୀ ଦିଆଯାଉ |