-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
16-Aug-2022
ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାତନଳ ଗ୍ରାମରେ ଆଜି "ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ" ତରଫରୁ "ସ୍ୱାଧୀନତା ଦିବସ" ଏବଂ "ରକ୍ଷ୍ୟା ବନ୍ଧନ" ପାଳିତ ହୋଇଯାଇଛି l ବ୍ରହ୍ମକୁମାର ପ୍ରଫୁଲ୍ଲ ଏବଂ ବ୍ରହ୍ମକୁମାର ସନ୍ତୋଷ ଭାଇଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ରାଜଲକ୍ଷ୍ମୀ, ବ୍ରହ୍ମକୁମାରୀ ମହାଲକ୍ଷ୍ମୀ, ବ୍ରହ୍ମକୁମାରୀ ରଶ୍ମିତା,ବ୍ରହ୍ମକୁମାରୀ ଲକ୍ଷ୍ମୀ,ବ୍ରହ୍ମକୁମାରୀ ଲିଲି ଯୋଗଦେଇ ଜନସାଧାରଣରେ ବହୁମୂଲ୍ୟ ଈଶ୍ୱରୀ ସନ୍ଦେଶ ପ୍ରଦାନ କରିବା ସହିତ ୭୬ ତମ ସ୍ୱାଧୀନତା ଦିବସର ଅମୃତ ମହୋତ୍ସବର ମହତ୍ତ୍ୱ ବିଷୟରେ ନିଜ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ ଏବଂ
ଭାଇମାନଙ୍କୁ ରାକ୍ଷୀ ବାନ୍ଧିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ରାମକୃଷ୍ଣ ପଣ୍ଡା, ଲିଙ୍ଗରାଜ ମହାରଣା, ନିରଂଜନ ଦାସ ବିପ୍ରଚରଣ ଦାସ ଆଦି ଅତିଥି ଭାବେ ଯୋଗଦେଇ ଗ୍ରାମର ମଙ୍ଗଳ କାମନା କରିଥିଲେ l ଭାଇ ସନ୍ତୋଷ କୁମାର ପୋଲାଈ,ଭାଇ ରମେଶ, ଭାଇ ଝଡିଆ, ଭାଇ ଭଞ୍ଜ କିଶୋର ମହାରଣା ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥବା ବେଳେ ବହୁସଂଖ୍ୟାରେ ଜନସାଧାରଣ ଯୋଗଦେଇ ପ୍ରସାଦ ସେବନ କରିଥିଲେ l
( ଉମା ମହାରଣା - କୋଦଳା)