-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
15-Aug-2022
ବଲାଙ୍ଗିର,(ଅନ୍ତର୍ଯ୍ୟାମୀ ସାହୁ) -ଆଜି ସକାଳ ଘ.୮.୩୦ ମି. ସମୟରେ ବଲାଙ୍ଗିର ଜିଲ୍ଲା ତୈଳିକ ଭବନ ଠାରେ ୭୬ତମ ସ୍ୱାଧିନତା ଦିବସ ମହାସମାରୋହରେ ସଭାପତି ଉମାକାନ୍ତ ସାହୁଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଗଲା । ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ସମଗ୍ର ଦେଶର ଜନତା ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସର୍ବଭାରତୀୟ ସ୍ତରରେ ଘର ଘର ତିରଙ୍ଗା ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ଦିବସ ଅବସରରେ ଅନେକ ଗୁରୁତ୍ୱ ଓ ମହତ୍ୱ ବିଷୟରେ ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ମହେନଦ୍ର ସାହୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅରୁଣ ସାହୁ ଉଦ୍ବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ତିତ ସଭ୍ୟ ସଭ୍ୟା, ଛାତ୍ର ଛାତ୍ରୀ ଏବଂ ମହିଳାମାନଙ୍କୁ ମିଣ୍ଟାନ୍ନ ବଣ୍ଟନ କରାଗଲା । ଏହି ସଭାରେ ବରିଷ୍ଠ ସଭ୍ୟ ଅଙ୍ଗୀରା ସାହୁ, ଫକୀର ମୋହନ ସାହୁ, କୃଷ୍ଣ ବିହାରୀ ସାହୁ, ସତ୍ୟବାନ ସାହୁ, ଶରତ ଚନ୍ଦ୍ର ସାହୁ, ସୁରେଶ ସାହୁ, ଫିରୋଜ ସାହୁ, ଅନୁପ ସାହୁ, ରାମ ପ୍ରସାଦ ସାହୁ, ଗୁୁରୁଦେବ ସାହୁ ଏବଂ ଦେଓଗାଁର ଶରତ ସାହୁ, ସଭ୍ୟାମାନେ ଅଞ୍ଜନା ସାହୁ, ଆରତି ସାହୁ, ଲିଜା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତେ ସ୍ୱାଧୀନତା ଦିବସ ଅତି ହର୍ଷ ଉଲ୍ଲାସ ର ସହିତ ପାଳିତ କରିଥିଲେ । ଆଗାମୀ ଦିନରେ ତୈଳିକ ବୈଶ୍ୟ ସମାଜର ଉନ୍ନତି କରିବା ନିମନ୍ତେ ତତ୍ପରତା ପ୍ରକାଶ କରିଥିଲେ । ଶେଷରେ ସଭାପତି ଉମାକାନ୍ତ ସାହୁ ସମସ୍ତଙ୍କୁ ଏତିକି ବର୍ଷା ହେବା ସତ୍ତ୍ୱେ ଉପସ୍ଥିତ ରହି ଉôବରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
--------------------------------------------------------