-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ପଦ୍ମପୁର(ନରହରି ବଗର୍ତ୍ତୀ) - ସ୍ଥାନୀୟ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ପଦ୍ମପୁରଠାରେ ଗଙ୍ଗାଧର ଜୟନ୍ତୀ ଓ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରପ୍ରମୁଖ ଚୈତନ୍ୟ ଗୁରୁଜୀ ସ୍ବାଗତ ଭାଷଣ ସହ
ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଭଉଣୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । କଲ୍ୟାଣୀ ଗୁରୁମା ଓ ମିନତି ମେହେର ଗୁରୁମା ମା ସରସ୍ବତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ମିନତି ମେହେର ଗୁରୁମା ରକ୍ଷାବନ୍ଧନ ଉତ୍ସବ ପାଳନର ମହତ୍ତ୍ଵ ଓ କଲ୍ୟାଣୀ ଗୁରୁମା ଗଙ୍ଗାଧର ମେହେର ବିଷୟରେ କହିଥିଲେ । ରଞ୍ଜିତା ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଧନୁ ଗୁରୁଜୀ ସଂଯୋଜନା କରିଥିଲେ । ଠିକ ସେହିପରି ଶିଶୁ ମନ୍ଦିର ବିଭାଗରେ ସତ୍ୟନାରାୟଣ ସାହା ଗୁରୁଜୀ ରକ୍ଷାବନ୍ଧନ ବିଷୟରେ ଓ ମୁଦିରଥ ପଣ୍ଡା ଗୁରୁଜୀ ଗଙ୍ଗାଧରଙ୍କ ବିଷୟରେ କହିଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରଦୀପ ଗୁରୁଜୀ ସଂଯୋଜନା
କରିଥିଲେ।ସଂଜୀବ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।ଶିଶୁ ମନ୍ଦିର ପ୍ରମୁଖ ମିନତୀ ପଟ୍ଟନାୟକ ଓ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରୀପାଠୀ ମଞ୍ଚାସୀନ ଥିଲେ । ପରେ ପରେ ଭାଇଭଉଣୀ ମାନେ ପରସ୍ପର ରାକ୍ଷୀ ବାନ୍ଧି ରଖିଥିଲେ ।ଶେଷରେ ଭାଇ ଭଉଣୀ ଙ୍କ ସହ ଗୁରୁଜୀ ଗୁରୁମା କୁସୁନାପାଲି, ଶ୍ରୀ ରାମନଗର,ଥାନା ପରିସର ,ସ୍ୱାସ୍ଥ୍ୟ କେନ୍ଦ୍ର, କଚେରୀ ରାସ୍ତାରେ ରାକ୍ଷୀ ବାନ୍ଧି ଥିଲେ । ଆଗ୍ରହର ସହିତ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।