-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
09-Aug-2022
ବଲାଙ୍ଗିର(ପ୍ରେରଣା ଖବର) - ସଂସ୍କୃତ ଭାଷାର ପ୍ରଚାର ପ୍ରସାର, ପୁନରୁତ୍ଥାନ, ଜନ ଜାଗରଣ ନିମନ୍ତେ ସଂସ୍କୃତ ଭାରତୀ ବଲାଙ୍ଗିର ଜିଲ୍ଲା ସଂସ୍କୃତସପ୍ତାହୋତ୍ସବଃ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ପରିପାଳିତ ହୋଇଯାଇଅଛି । ମୁଖ୍ୟବକ୍ତା ରୂପେ ସଂସ୍କୃତାନୁରାଗୀ ପଣ୍ଡିତ ଟିକେଶ୍ୱର ଗୁରୁ, ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଯୋଗଦେଇ ଆଧୁନିକ ଯୁଗରେ ଏହି ଭାଷାର ଅଧ୍ୟୟନ ଦ୍ୱାରା ସମାଜର ବିଭିନ୍ନ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ସଂସ୍କୃତ ଭାରତୀ ର ପ୍ରାନ୍ତ ସମ୍ପାଦକ ତଥା ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଧର୍ମରାଜ ବାଗ ସଂସ୍କୃତ ର ବିଶେଷତା ବିଷୟରେ କହିଥିଲେ । ବିଭିନ୍ନ ପ୍ରତିଯୋଗିତା ଓ ସଭା ସଂଚାଳନ ବଲାଙ୍ଗିର ଜିଲ୍ଲା ସଂଯୋଜକ ତଥା ଆଦର୍ଶ ବିଦ୍ୟାଳୟ, ପଥରଚେପା ର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର କରିଥିଲେ । ଗୀତ, ନୃତ୍ୟ, କଥାପଥନ, ଶ୍ଲୋକ ଉଚ୍ଚାରଣ ତଥା ସାଧାରଣ ଜ୍ଞାନ ପରିକ୍ଷା ର କୃତି ପ୍ରତିଭାଗୀମାନଙ୍କୁ ପୁରସ୍କାର କରାଯାଇଥିଲା । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ । ତପନ କୁମାର ପ୍ରଧାନ, ଦିବ୍ୟ ଥନାପତି, ରୀନା ମିଶ୍ର, ହିରାକାନ୍ତୀ ମାଝି, ଶ୍ୱେତପଦ୍ମା ଷଡଙ୍ଗୀ, ଟିକେଶ୍ୱର ବିଶି, ଶୋଭାଗିନୀ ସାହୁ ପ୍ରମୁଖ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଅଧ୍ୟାପିକା, ସଂସ୍କୃତାନୁରାଗୀ ଅଭିଭାବକ ଏବଂ କାର୍ଯ୍ୟକର୍ତ୍ତାମାନେ ବିଶେଷ ସହଯୋଗ କରିଥିଲେ ।