-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ସମ୍ୱଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ସ୍ଥାନୀୟ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଧବାର ଅପରାହ୍ନ ୪ ଘଟିକା ସମୟରେ ଅଇଁଠାପାଲି ମଝିପଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ସବୁଜ ମଣିଷ ତଥା ପ୍ରକୃତି ବନ୍ଧୁ ସ୍ୱର୍ଗତ ରୁଷି ପାତ୍ରଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି । ମେଘୁ ମୁଣ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ବରିଷ୍ଠ ପରିବେଶବିତ୍ କାର୍ତ୍ତିକ ପ୍ରସାଦ ବହିଦାର୍ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ । ସମିତିର ଉପ ସଭାପତି ତ୍ରିବିକ୍ରମ ପୋଢ଼, ବରିଷ୍ଠ ସଭ୍ଯ ନାରାୟଣ ଚକ୍ରବର୍ତ୍ତୀ, ଦୟାନିଧି ଲାକଡ଼ା, ଭବାନୀ ମୁଣ୍ତା, ଲକ୍ଷ୍ମୀ ଦେବୀ ତାଣ୍ତିଆ, ଅଶୋକ ପଟେଲ ପ୍ରମୁଖ ସ୍ୱର୍ଗତ ରୁଷି ପାତ୍ର ଙ୍କର ମହନୀୟ ବ୍ଯକ୍ତିତ୍ୱର ସ୍ମୁତି ଚାରଣ କରି ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ସମଗ୍ର ସମ୍ୱଲପୁର ଜିଲ୍ଲାକୁ ସବୁଜ ସୁନ୍ଦର ଭାବରେ ଗଢ଼ି ତୋଳିବା ସ୍ୱର୍ଗତ ରୁଷି ପାତ୍ରଙ୍କ ସ୍ୱପ୍ନକୁ ସାକାର କରିବା ସକାଶେ ମୂଖ୍ଯ ଅତିଥି ଶ୍ରୀ ବହିଦାର୍ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ବହିଦାର୍'ଙ୍କ ଦ୍ୱାରା ବେଦମନ୍ତ୍ର ପାଠ ସହ ବୁଢ଼ାରଜା ବନ ସଂରକ୍ଷଣ ସମିତିର ସମସ୍ତ କର୍ମକର୍ତ୍ତା ଏବଂ ଉପସ୍ଥିତ ସମସ୍ତ ଭଦ୍ରବ୍ଯକ୍ତି ଓ ଭଦ୍ର ମହିଳା ସ୍ୱର୍ଗତ ରୁଷି ପାତ୍ରଙ୍କ ପ୍ରତିଛବିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ, ଦୀପ ଧୂପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ଶେଷରେ ସାମୁହିକ ଶାନ୍ତିମନ୍ତ୍ର ପାଠ ପରେ ବାସନ୍ତି ପୋଢ଼ ଧନ୍ଯବାଦ ଅର୍ପଣ କରିଥିଲେ ।