-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
08-Aug-2022
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ତହସିଲରେ ବହୁଚର୍ଚ୍ଚିତ ଜମି କେଳେଙ୍କାରୀ ପରେ ତହସିଲଦର ନିଲମ୍ବିତ ହେଲେ ଏବଂ ଏଠାରେ ଜଣେ ଏଡିସନଲା ତହସିଲଦାରଙ୍କୁ ଦାୟିତ୍ୱ ଦିଆଗଲା । ଏବେ ଏଡିସନାଲ ତହସିଲଦାର ଜଣକ ଛୁଟିରେ ରହିଥିବା ଯୋଗୁଁ ବଲାଙ୍ଗୀର ତହସିଲରେ ଜମବାଡି ସଂକ୍ରାନ୍ତୀୟ କାମ ଠାରୁ ଆରମ୍ଭ କରି ବିଭିନ୍ନ ସାଟିର୍ଫିକେଟ କାମ ମଧ୍ୟ ହୋଇପାରୁ ନାହିଁ । ବର୍ତ୍ତମାନ ସ୍କୁଲ କଲେଜ ଏଡ୍ମିସନ ସମୟରେ ଜାତିଗତ ପ୍ରମାଣପତ୍ର, ଲିଗାଲ ହେୟାର କିମ୍ବା ସ୍ଥାୟୀ ପ୍ରମାଣପତ୍ର ଟିଏ ପାଇବା ପାଇଁ ଜଣକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ଏ ସଂକ୍ରାନ୍ତରେ ଆଜି ବଲାଙ୍ଗୀର ଓକିଲ ସଂଘର ବହୁ ସଭ୍ୟା ବଲାଙ୍ଗୀର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତହସିଲ ଅଫିସରେ ଲାଗିଥିବା ଅଚଳାବସ୍ଥା କୁ ଦୁର କରିବା ସହ ଏଠାରେ ଜଣେ ସ୍ଥାୟୀ ତହସିଲଦାର ଙ୍କୁ ନିଯୁକ୍ତି ଦେବା ପାଇଁ ଓକିଲ ମାନେ ଦାବି କରିଛନ୍ତି । ସଂଘର କୋଷାଧ୍ୟକ୍ଷ ସୁମିତ କୁମାର ଖୁଆସ ଙ୍କ ନେତୃତରେ ଆଜିର ଏହି ଧାରଣାରେ ସଂଘର ସଭ୍ୟ ଶ୍ରୀନିବାସ ରାଓ, ଦେବେନ ପାଣିଗ୍ରାହୀ, ବାଳକୃଷ୍ଣ ଷଡଙ୍ଗୀ, ସୁବ୍ରତ ରଣା, ପ୍ରଭାସ ମିଶ୍ର, ସବ୍ୟସାଚୀ ହୋତା, ଦୟାନିଧି ସତପଥୀ ପ୍ରମୁଖ ସାମିଲ ହୋଇଥିଲେ । ପରେ ଉପଜିଲ୍ଲାପାଳ ଘଟଣସ୍ଥଳକୁ ପହଞ୍ଚି ଓକିଲ ମାନଙ୍କୁ ବୁଝାସୁଝା କରିବା ସହ ସାଧାରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏଠାରେ ଜଣେ ତହସିଲଦାରଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଓକିଲ ମାନେ ଧାରଣାରୁ ଓହରି ଥିଲେ ।