-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||     

HOME   ଜିଲ୍ଲା

ଓଡ଼ିଶା ଫାର୍ମାସିଷ୍ଟ ସେବାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

08-Aug-2022



ବରଗଡ:-ଓଡିଶା ଫାର୍ମାସିଷ୍ଟ ସେବାସଂଘ ପକ୍ଷରୁ ବରଗଡ ସ୍ଥିତ ମହାରାଜା ହୋଟେଲ ଠାରେ ଓଡିଶା ଫାର୍ମାସିଷ୍ଟ ସେବାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।ଏ ପରିପ୍ରେକ୍ଷୀରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଏବଂ ପ୍ରତିନିଧି ମାନେ ଯୋଗଦେଇଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାର୍ମାସିଷ୍ଟ ମାନେ ରାଜ୍ୟ ର ଜନସାଧାରଣଙ୍କ ସେବାରେ ସଦାସର୍ବଦା ନିୟୋଜିତ ଅଛନ୍ତି। ଅନେକ ସ୍ଥାନରେ ଫାର୍ମାସିଷ୍ଟ ମାନେ ଡାକ୍ତର ଙ୍କ ଅନୁପସ୍ଥିତିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପରିଚାଳନା କରି ଆସୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ଭୁବନେଶ୍ୱର ଦିର୍ଘଦିନ ଧରି ଫାର୍ମାସିଷ୍ଟ ମାନଙ୍କ ଅନେକ ଗୁଡ଼ିଏ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା କରିବା ଉପରେ ଉଦବେଗ ପ୍ରକାଶ ପାଇଛି। ସଭାରେ ଉପସ୍ଥିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ସରକାର ଙ୍କ ଅଣଦେଖା କୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ନିଜନିଜ ବକ୍ତବ୍ୟ ରେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କ ଅବହେଳା ର ପ୍ରତିବାଦ କରାଯିବ ବୋଲି ସର୍ବସମ୍ମତି ପ୍ରକାଶ ପାଇଛି। ସଂଘ ପକ୍ଷରୁ ସମସ୍ତ ଦିଗରୁ ଆଲୋଚନା ପରେ ନିମ୍ନ ଲିଖିତ ଦାବି ଗୁଡ଼ିକ ସରକାର ଙ୍କ ନିକଟରେ ଉପସ୍ଥାପନ କରାଯିବ ଏବଂ ସରକାର ଙ୍କ ପକ୍ଷରୁ ଯଦି କୈାଣସି ସନ୍ତୋଷ ଜନକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଗ୍ରହଣ କରାଯିବ ବୋଲି ରୋକ ଠୋକ ଜଣାଇ ଦେଇଛନ୍ତି। ସଂଘ ର ସମୁହ ଦାବୀ ଗୁଡ଼ିକ ହେଲା:-୧-ଫାର୍ମାସିଷ୍ଟ ମାନଙ୍କ ମୂଳ ଦରମାର ବୃଦ୍ଧି କରାଯାଇ ପି ବି-୧ ରୁ ପିବି-୨ କୁ ପରିବର୍ତ୍ତନ କରାଯାଉ ।୨-ସମୟାନୁବର୍ତ୍ତିକ ଭିତ୍ତିରେ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ (୬+୨) ଛଅବର୍ଷ ଚୁକ୍ତି ଭିତ୍ତିକ ଓ ୨ ବର୍ଷ ନିୟମିତ ବର ପଦୋନ୍ନତି ଦିଆଯାଇ ବରିଷ୍ଠ ଫାର୍ମାସିଷ୍ଟ ଭାବେ ନିଯୁକ୍ତି କରାଯାଉ ।୩-ଫାର୍ମାସିଷ୍ଟ ସଂଜ୍ଞା ବଦଳରେ ଫାର୍ମାସୀ ଅଫିସର ପଦବୀ ରେ ନାମ ପରିବର୍ତ୍ତନ କରାଯାଉ ।୪-ଏମ.ଏଚ.ୟୁ,ଆର.ବି.ଏସ.କେ ଯୋଜନା ଅଧିନରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ଖାଲି ସ୍ଥାନରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ ।୫-ତା ୨୪.୦୮.୨୦୧୩ରିଖ ରେ ପ୍ରକାଶିତ ଫାର୍ମାସିଷ୍ଟ କ୍ୟାଡ଼ର ରିଜୋଲ୍ୟୁସନ ଯାହା ତା ୨୪.୦୪.୨୦୨୨ରିଖରେ ସଂସୋଧନ ପରେ ତା ୦୧.୦୧.୨୦୧୬ରିଖ ପରିବର୍ତ୍ତେ ତା ୨୪.୦୮.୨୦୧୩ରିଖ ରୁ ଲାଗୁ କରାଯାଉ ।୬-ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅତିରିକ୍ତ ଫାର୍ମାସିଷ୍ଟ ପଦବୀ ସୃଷ୍ଟି କରାଯାଉ ।୭-ଯବକାର୍ଡ ସଂଶୋଧନ କରାଯାଇ ପୁନଃ ପ୍ରକାଶିତ କରାଯାଉ ।୮-ଆୟୁଷ ଡାକ୍ତର ମାନଙ୍କ ଲିଖିତ ଓୈାଷଧ ଚିଠାରେ ଫାର୍ମାସିଷ୍ଟ ମାନେ ଓୈାଷଧ ବିତରଣ କରିବାପାଇଁ ବାଧ୍ୟ କରାନଯାଉ ।ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଂଘ ରୁ ସଭାପତି ଚିନ୍ମୟ କୁମାର ସିହ୍ନା,ଉପ-ସଭାପତି ସୁଧାଂଶୁ ଶେଖର ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଜେନା, କୋଷାଧ୍ୟକ୍ଷ ଅନିଲ କୁମାର ସାହୁ, ଯୁଗ୍ମ ସଂପାଦକ ଶୁଭଲକ୍ଷ୍ମୀ ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ସୋମନାଥ  ମହାନ୍ତି,ବରଗଡ଼ ଜିଲ୍ଲା ଶାଖା ସଭାପତି ସଞ୍ଜିବ କୁମାର ସେଠ, ସମ୍ପାଦକ ଅଶୋକ କୁମାର ମହାନ୍ତି ଙ୍କ ସମେତ ମାନସ କୁମାର ପଣ୍ଡା,ପ୍ରଣବ ପଣ୍ଡା, ହିମାଂଶୁ ଶେଖର ମିଶ୍ର,ଦିପ୍ତିରଞ୍ଜନ ସ୍ୱାଇଁ, ନବୀନ କୁମାର ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026

You Might Also Like