-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
03-Aug-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଅଘଟଣ । ୨ ଘଣ୍ଟା ଧରି ଲିଫ୍ଟ ଭିତରେ ଫସିରହିଲେ ରୋଗୀଙ୍କ ସଂପର୍କୀୟ । ୭ ମହଲା ବିଶିଷ୍ଟ ଏମ.ସି.ଏଚ କୋଠାରେ ଦୁଇଟି ଲିଫ୍ଟ ଲାଗିଛି । ଲିଫ୍ଟ ନମ୍ୱର ୱାନରେ ଆଜି ୪ ଜଣ ରୋଗୀ ସଂପର୍କୀୟ, ଗ୍ରାଉଣ୍ଡ ଫ୍ଲୋରରୁ ୫ ନମ୍ୱର ଫ୍ଲୋରକୁ ଆସୁଥିଲେ । ହଠାତ ଚାରି ନମ୍ୱର ଫ୍ଲୋରରେ ଅଚଳ ହୋଇଗଲା ଲିଫ୍ଟ । ଯେତେ ଯାହା
କଲେ ମଧ୍ୟ ଲିଫ୍ଟ ଖୋଲିଲା ନାହିଁ । ଭିତରେ ଫସିରହିଥିବା ରୋଗୀଙ୍କ ସଂପର୍କୀୟ ମାନେ ହସପିଟାଲ କତୃପକ୍ଷଙ୍କୁ ଫୋନ ଯୋଗେ ବାରମ୍ୱାର ଯୋଗାଯୋଗ କରିଥିଲେ । କିନ୍ତୁ କେହି କୌଣସି ପଦକ୍ଷେପ ନେଲେ ନାହିଁ । ଶେଷରେ ଗଣମାଧ୍ୟମ ପ୍ରତିନିଧି ହସ୍ତକ୍ଷେପ କରିବା ପରେ, ହସପିଟାଲ କତୃପକ୍ଷ ଆସି ଲିଫ୍ଟକୁ ଖୋଲିଥିଲେ । ଦୁଇଘଣ୍ଟା ଧରି ଅଣନିଶ୍ୱାସୀ ହୋଇ ବାହାରକୁ ବାହରିଲେ ରୋଗୀ ମାନଙ୍କ ସଂପର୍କୀୟ । ଏପରି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।