-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
କଳାହାଣ୍ଡି /କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକ ମିଳିତ ଆନୁକୂଲ୍ୟରେ ନାଗରିକ ବିକାଶ ସଂଗଠନ କଳାହାଣ୍ଡି ତରଫରୁ ଏକ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ 16 ଦିନିଆ ବିଶ୍ବ ବ୍ୟାପି ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ନଭେମ୍ବର 25 ରୁ ଡିସେମ୍ବର 10 ତାରିଖ ବିଶ୍ବ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଗ୍ରାମଗୁଡ଼ିକ ଯାଇ ମହିଳାମାନଙ୍କ ସାମାଜିକ ଓ ନ୍ୟାୟିକ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ଲିଙ୍ଗଗତ ହିଂସା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନାଗରିକ ବିକାଶ ସଂଗଠନ ଧର୍ମଗଡ଼ ବ୍ଲକ ର ସଭାନେତ୍ରୀ -ପ୍ରବୀଣlଖମାରୀ ଏବଂ ଗୋଲାମୁଣ୍ଡାବ୍ଲକର ସଭାନେତ୍ରୀ ପ୍ରେମଲତା ବିହାରୀ ସମେତ ସଂଗଠନର ବ୍ଲକ କର୍ମକର୍ତ୍ତା ଗୌରବ ସୁନା ନି ଏବଂ ଜଗନ୍ନାଥ ଶଗଡ଼ିଆ ,ଆଶ୍ରିତା କର, ଝଜ କେତନ ହରିଜନ,ଅକ୍ଷୟ କୁମାର,ପବିତ୍ର ବେଶ୍ରା ଓ ଯୋଗେନ୍ଦ୍ର ଖମାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।