-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
01-Aug-2022
ବଲାଙ୍ଗୀର(ପ୍ରେରଣା ଖବର)-ଗତ ୨ଠ୨୧ ନଭେମ୍ବର ୩ଠ ତାରିଖ ଦିନ ବଲାଙ୍ଗୀର ରାଣୀବନ୍ଧ ଗ୍ରାମର ସତ୍ୟ ନାରାୟଣ ବିଶ୍ୱାଲ ଦାଢ଼ି କାଟିବା ଖୁରାରେ ବଲାଙ୍ଗୀର ସହର ମାଲପଡାର ଲକ୍ଷ୍ମୀନାରାୟଣ ପ୍ରଧାନ ଙ୍କ ବାମ ହାତକୁ ଆଘାତ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲା । । ମାଲପଡା ସ୍ଥିତ ଜୀବନ ସେଲୁନ ଠାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତ୍ୟାନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏସ୍ସି କେଶ ନମ୍ବର୨୩/୧୮, ଆଇପିସି ର ଦଫା ୩୨୩ ଓ ଦଫା ୩୨୪ ରେ ସତ୍ୟନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସରକାରଙ୍କ ତରଫରୁ ୭ଟି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏହି କେଶ ର ବିଚାର କରି ବଲାଙ୍ଗୀର ସିଭିଲ କୋର୍ଟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ କେଶବାନନ୍ଦ ପାଢ଼ି ଆଜି ନିଜ ରାୟରେ ସତ୍ୟନାରାୟଣଙ୍କୁ ଦଫା ୩୨୩ ରେ ୩ ମାସ ଓ ଧାରା ୩୨୪ ରେ ଦେଢ଼ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଏଡ୍ଭୋକେଟ ବୈଷ୍ଣବ ସାହୁ ଓ ମୁଦାଲାଙ୍କ ତରଫରୁ ଏଡ୍ଭୋକେଟ ସୁରେଶ ପ୍ରଧାନ ମୁକଦ୍ଦମା ପରିଚାଳନା କରୁଥିଲା ।