-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
01-Aug-2022
ମୁରିବାହାଲ/ମୁରିବାହାଲ ସଦର ହାଟପଦା ବଜାର ପ୍ରାଙ୍ଗଣରେ ସ୍ବର୍ଗତ ଯୁଧିଷ୍ଠିର ପ୍ରଧାନ ରବିବାର ଦିନ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଯାଇଛି |ସ୍ବର୍ଗତ ଶ୍ରୀ ପଧାନ ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ମୁରିବାହାଲ ରେ ଶିକ୍ଷକତା ଆରମ୍ଭ କରି ସହକାରୀ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ| ପୁରାତନ ଛାତ୍ର ଶ୍ରୀବତ୍ସ ବେହେରା ଙ୍କ ସଭାପତିତ୍ୱ ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା |ସର୍ବ ପୁରାତନ ଛାତ୍ର ମଧୁ ସୁଦନ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ |ପ୍ରଥମେ ତାଙ୍କ ଫୋଟୋ ଚିତ୍ର କୁ ମାଲ୍ୟାର୍ପଣ କରିବା ସହିତ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ |ଉପସ୍ଥିତ ରହି ପୁରାତନ ଛାତ୍ର ସ୍ବର୍ଗତ ଶ୍ରୀ ପ୍ରଧାନ ଙ୍କ ସ୍ମୃତି ଚାରଣ ରେ ବିଦ୍ୟାଳୟ କୁ ନିଜର ପରିବାର ଭଲିଆ ଦେଖୁଥିଲେ, ଛାତ୍ର ବାତ୍ସଲ, ସମାନୁବର୍ତ୍ତିତ, ନିଷ୍କପଟ ବ୍ୟକ୍ତିତ୍ୱ, ଶିକ୍ଷାବିତ, ଏକାଧାରକେ କ୍ରୀଡ଼ାବିତ ଥିଲେ |ଏହି ଅବସରରେ ପୁରାତନ ଛାତ୍ର ହଜାରୁ ପୁଟେଲ,ଲମ୍ବୋଦର ହଂସ, ଭଗବାନ ମହାନ୍ତି, ଘନଶ୍ୟାମ ଖମାରୀ, ଲମ୍ବୋଦର ଭୋଇ,ରୋମନ ବାଗ, କିଶୋର ଘିବେଲା, ତରୁଣ ପୋଡ଼,ଭରତ ଦାସ, ସୁରେଶ କୁମାର ଭୋଇ, କ୍ଷେତ୍ର ମୋହନ ବେନିଆଁ, କୁନ୍ତ ପୋଡ଼, ମହେନ୍ଦ୍ର ବାଗ, ମନୋରଞ୍ଜନ ଖମାରୀ, ପଦ୍ମଲୋଚନ ବାଗ, ଅଚ୍ୟୁତାନନ୍ଦ ସିଂ ଭୋଇ, ଗିରିଧାରୀ କମ୍ପ, ହରେକୃଷ୍ଣ ସାହୁ, ସୁଦର୍ଶନ ଖର୍ଷେଲ,ବିଷମ ପଧାନ, କେଦାର ବଡ଼ଜେନା, ଅଭୟ।ନନ୍ଦ ଦାସ,ପ୍ରମୁଖ ଶତାଧିକ ପୁରାତନ ଛାତ୍ର ଶ୍ରଦ୍ଧାଞଲି ସଭା ରେ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମ ଶେଷରେ ପୂର୍ବତନ ଛାତ୍ର ଦୁର୍ଗାନନ୍ଦ ମହାକୁର ଧନ୍ୟବାଦ ଦେଇଥିଲେ|