-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
01-Aug-2022
ପାଟଣାଗଡ (ସଚ୍ଚିଦାନନ୍ଦମହାକୁର) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦଙ୍ଗିଆବାହାଲ ଓ ଇଲାପାଲି ଗାଁରୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟନାରାୟଣ ଦାସ ଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ବିଭାଗର ଅଜିତ ସାହୁ ବୁଲୁ ସେଠି ଗୁଣମତି ମାଝୀ ସହ ଅନ୍ୟ କର୍ମଚାରୀ ମାନେ ଗାଁରେ ଚଢ଼ାଉ କରି ମଦ ରାନ୍ଧୁ ଥିବାବେଳେ 72 ଲିଟର ଦେଶୀ ମଦ ଓ ଆବଶ୍ୟକ ଜିନିଷପତ୍ର ଜବତ କରିବା ସହ 6 ଟି ପ୍ଲାଷ୍ଟିକ ଜାର 4ଟି ପ୍ଲାଷ୍ଟିକ ଡ୍ରାମ କୁ ଜବତ କରିବା ସହ ଅଭିଯୁକ୍ତ ଅଲେଖ ବରିହା କୈଲାସ ଭୁଏ ଓ ଜନକେସନ ମଲ୍ଲିକ କୁ ପାଟଣାଗଡ଼ ଅବକାରୀ ବିଭାଗର କାର୍ଯ୍ୟାଳୟ କୁ ଆଣି ପଚରାଉଚରା କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟ ନାରାୟଣ ଦାସ କହିଛନ୍ତି !