-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଥାନା ଅଧୀନ ବାବୁପାଳି ଗ୍ରାମର ସୀତାରାମ ବାଘ ନିକଟସ୍ଥ ବାଗଡ଼ିଆ ଛକ ଠାରେ ନିଜ ବାଇକ ଓ ଡି ୧୭ ଡି ୮୭୨୪ କୁ ରାସ୍ତା ପାର୍ଶ୍ବରେ ରଖି ଚାଷ ଜମିକୁ ଯାଇଥିଲେ ।ସେଠାରୁ ଫେରିବା ପରେ ବାଇକ ନଥିଲା। ଏନେଇ ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତରଫରୁ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିଲା ଗତକାଲି ପୋଲିସ ଟିମ ପେଟ୍ରୋ ଲିଂ କରିବା ସମୟରେ ଗତକାଲି ମହାନଦୀ ଛକ ଠାରେ ୨ଜଣଙ୍କୁ ପୋଲିସ ସନ୍ଦେହ କରି ଧରିବା ପରେ ଚୋରି ରହସ୍ୟ ଜଣା ପଡ଼ିଥିଲା ଏବଂ ଉଭୟଙ୍କୁ ଗିରଫ କରି ଥାନାକୁ ଅଣାଯାଇ ପଚରାଉଚରା କରିବା ପରେ ସମ୍ବଲପୁର ଦଳେଇ ପଡ଼ାର ଏମ.ଡି.ମନୁ(୨୬) ଓ ବଲରାମ ବାଘ ବୋଲି ଜଣା ପଡ଼ିଥିଲା ।ତାଙ୍କ ଠାରୁ ବାଇକ ଉଦ୍ଧାର କରି କୋଟକୁ ଚାଲାଣ କରାଯାଇଥିଲା ସେଠାରେ ତାଙ୍କ ବେଲ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠଯାଇଛି । ସୂଚନାଯୋଗ୍ୟ ଉଭୟଙ୍କ ନାମରେ ବିଭିନ୍ନ ମାମଲା ରହିଛି ।