-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2022
ପାଟଣାଗଡ: ବଳାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ବନେଇମୁଣ୍ଡା ପଞ୍ଚାୟତ ଅଧିନସ୍ଥ ଖୁଟୁନାପାନି ଗ୍ରାମର ଜଣେ ବିଧବା ମହିଳା, ସପ୍ତମୀ ଦଳପତି ସ୍ଵାମୀ, ନିଲ ଦଳପତିଙ୍କ ମୃତ୍ୟୁ ପରେ ନିଜ ଦୁଇ ସନ୍ତାନ, ରାକେଶ ଓ ରବୀନ୍ଦ୍ର ଦଳପତି ଙ୍କ ସହ ଦୀର୍ଘଦିନ ହେଲା ବହୁତ କଷ୍ଟ ରେ ନିଜ ଜୀବନ ଯାପନ କରୁଥିଲେ। ତାଙ୍କୁ ପ୍ରଶାସନ ତରଫରୁ ସରକାରୀ ସାହାଯ୍ୟ ହିସାବରେ ସପ୍ତମୀଙ୍କୁ ବିଧବା ଭତ୍ତା ୫୦୦ ଟଙ୍କା ଓ ଏନ୍ ଏଫ୍ ଏସ୍ ଏ କାର୍ଡରେ ୫ କିଲୋ ହିସାବରେ ୧୫ କିଲୋ ଚାଉଳ ଯୋଗାଇ ଦିଆଯାଇଛି !ସେ ନିଜ ଦୁଇ ଛୁଆଙ୍କୁ ନେଇ ତାଙ୍କ ନିଜ ଗ୍ରାମରେ ରହି ଚଲୁଥିଲେ। ସେ ତାଙ୍କର ଗୋଟିଏ ଭଙ୍ଗା ଘରେ ୩ ଜଣଙ୍କ ଜୀବନ ବିତୁଥିଲା ଥିଲା। ଏହି ଖବର ପାଇଲା ପରେ ପାଟଣାଗଡ ର ଗୋଷ୍ଠୀ ଉନ୍ନୟନ ଅଧିକା ନୀଳମାଧବ ସୁନା ତପ୍ତରତା ଦେଖାଇ, ଉକ୍ତ ବ୍ଲକ୍ରର ସାମାଜିକ ସୁରକ୍ଷା ଅଧିକାରୀ କମଳକାନ୍ତ ବାରିକଙ୍କୁ ଏହି ବାବଦରେ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସମସ୍ତ ତଦନ୍ତ ସରିବା ପରେ ସପ୍ତମୀ ଦଳପତୀଙ୍କୁ ଅନ୍ତୋଦୟ ଯୋଜନାରେ ମାସକୁ ୩୫କିଲୋ ଚାଉଳ ଓ ଜାତୀୟ ପରିବାର ମଙ୍ଗଳ ଯୋଜନରେ ୨୦,୦୦୦ ଟଙ୍କା ଦେବାପାଇଁ ବ୍ୟବସ୍ଥା କରା ଯିବା ସହ ସରକାରୀ ଯୋଜନାରେ ଯୋଗ୍ୟ ହେଲେ ନିଶ୍ଚିତ ଭାବରେ ଘର ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନୀଳମାଧବ ସୁନା ଜଣାଇଛନ୍ତି।
(ପାଟଣାଗଡରୁ ସଚ୍ଚିଦାନନ୍ଦ ମହାକୁରଙ୍କ ରିପୋର୍ଟ)