-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
27-Jul-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆପଡା ନିକଟ ଜଙ୍ଗଲ ରାସ୍ତାରୁ ପୁଲିସ କାର ସହ ଗଞ୍ଜେଇ ଜବତ କରିଥିବା ବେଲେ ଘଟଣା ସ୍ଥଲରୁ ଅଭିଯୁକ୍ତ ଫେରାର ମାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ ସୋନପୁର ପଟରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାନ ହେଉଥିବା ଉଲୁଣ୍ଡା ପୁଲିସ ଖବର ପାଇଥିଲା । ଆଇଆଇସି ଚନ୍ଦ୍ର ମୋହନ ସିଂଙ୍କ ନିର୍ଦେଶ କ୍ରମେ ପୁଲିସ ଟିମ କାରର ପିଛା କରୁଥିବା ବେଲେ କାର ଚାଲକ ମାଟିଖାଇ ନିକଟ ଜଙ୍ଗଲ ରାସ୍ତାରେ ପସି ଯାଇ କାରଟିକୁ ଛାଡିଦେଇ ଫେରାର ମାରିଥିଲା । ପୁଲିସ ଘଟଣା ସ୍ଥଳରେ ପହଂଚି କାରସହ ଗଞ୍ଜେଇ ଜବତ କରିଥିଲା । ଥାନାରେ ତହସିଲଦାର ଆନନ୍ଦ ପଣ୍ଡାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ୨୦କେଜି ଥିବା ଜଣାପଡିଥିଲା । ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଥିବା ଜଣାପଡିଛି ।