-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
27-Jul-2022
ବଲାଙ୍ଗୀର/(ପ୍ରେରଣା ଖବର): ଗତକାଲି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅଖିଳ ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ବ୍ୟାସ ଜୟନ୍ତୀ ତଥା ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ପ୍ରଫେସର ସତ୍ୟବନ୍ତ ବେଦବାକ ଯୋଗ ଦେଇ ଗୁରୁପୂଜନର ତାତ୍ପର୍ଯ୍ୟ ଓ ଗୁରୁ-ଶିଷ୍ୟ ପରମ୍ପରା ସଂପର୍କରେ ଅଭିଭାଷଣ ରଖିଥିଲେ । ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ମଂଚାସୀନ ରହି ଭାରତୀୟ ଶିକ୍ଷା ପରମ୍ପରାରେ ଗୁରୁ-ଶିକ୍ଷ୍ୟର ମହନୀୟ ଅବଦାନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ସ୍କୁଲର ଶିକ୍ଷକ ସତ୍ୟାନନ୍ଦ ବିଶ୍ୱଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ରାଧାକାନ୍ତ ମିଶ୍ର, ମଦନମୋହନ ରଥ, ଦିବାକର ହୋତା, ଅନ୍ୟ ମାଣ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।