-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
ବଲାଙ୍ଗିର : ଓଡିଶା ପଶ୍ଚିମ ପ୍ରାନ୍ତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ରାଜ୍ଯ ପ୍ରଭାରୀ ତଥା ଅଖିଳ ଭାରତୀୟ କାର୍ଯ୍ୟକାରୀ ସଦସ୍ଯ ରବିକାନ୍ତ ଜୈସବାଲ ତାଙ୍କ ଦୁଇଦିନିଆ ପ୍ରବାସ କାଲରେ ରାୟଗଡା ଭିଗନନ ଇଂରାଜୀ ମିଡିୟମ ସ୍କୁଲ ଠାରେ ଜିଲ୍ଲାର ସଂଗଠନ ବୈଠକରେ ଯୋଗ ଦେବା ସହିତ ସମ୍ବଲପୁର ଠାରେ ପ୍ରାନ୍ତୀୟ ବୈଠକରେ ଯୋଗ ଦେଇଥିଲେ | ୧୬ ଓ ୧୭ ଜୁଲାଇ ଦୁଇଦିନ ପ୍ରବାସ କାଳରେ
ପ୍ରଥମ ଦିନ ରାୟଗଡା ଠାରେ କିଶୋର କୁମାର ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଯୋଗଦେବା ସହିତ ରାଜ୍ଯ ସମ୍ପାଦକ ମାଣିକ ଲାଲ ବର୍ମା ସହିତ ପଞ୍ଚାୟତ ର ବିଭିନ୍ନ ଆୟାମ ଓ ପ୍ରକୋଷ୍ଠ ସମ୍ପର୍କରେ ବିସ୍ତୃତ ବର୍ଣନା ସାହ ପଞ୍ଚାୟତ ର କାର୍ଯ୍ୟପ୍ରଣାଳୀ ବିସ୍ତାରିତ ରୂପରେ ଦିଗଦର୍ଶନ ଦେଇଥିଲେ | ସେଠାରେ ପୂର୍ବରୁ ଗଠିତ ପୂର୍ଣ୍ଣ କାର୍ଯ୍ଯକର୍ତ୍ତା ଙ୍କ ନାମ ଘୋଷଣା ସହିତ ସେବା ମନୋଭାବ ନେଇ ନିଜ ଦାୟିତ୍ଵ ସମ୍ପାଦନ କରିବା ପାଇଁ କହିଥିଲେ | ସଂଗଠନ ଦାୟିତ୍ଵ ରେ ସଭାପତି କିଶୋର ଚନ୍ଦ୍ର ସାହୁ, ଉପ ସଭାପତି ରାଜକିଶୋର ସାହୁ, ସାଧାରଣ ସମ୍ପାଦକ ପରମାନନ୍ଦ ପଧାନ, ସହ ସମ୍ପାଦକ ଉର୍ମିଲା ସାହୁ,କୋଷାଧ୍ୟକ୍ଷ ପ୍ରବିଣ କୁମାର ବେହେରା ସମେତ ବିଭିନ୍ନ ପ୍ରକୋଷ୍ଠ ପ୍ରମୁଖ, କାର୍ଯକାରୀ ସଦସ୍ଯ ମାନଙ୍କର ନାମ ଘୋଷାଣ କରିଥିଲେ | ସେଠାରେ ସେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଓ ପର୍ଯ୍ୟାବରଣ ସୁରକ୍ଷା ଦିଗରେ ବନୀକରଣ ସହିତ ଅଧିକ ମାତ୍ରାରେ ଯେପରି ନୂତନ ଚାରା ରୋପଣ ଦିଗରେ ବ୍ରତୀ ହୋଇ ଏହାର ସୁରକ୍ଷା ଦେବାକୁ
କହିଥିଲେ | ଦ୍ଵିତୀୟ ଦିନ ପ୍ରାନ୍ତୀୟ ବୈଠକରେ ସମ୍ବଲପୁର ଠାରେ ଯୋଗଦେଇ ବିଭିନ୍ନ ଦିଗରୁ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ | ପୂର୍ବତନ ରାଜ୍ୟ ସଭାପତି ତଥା କେନ୍ଦ୍ରୀୟ କାର୍ଯ୍ୟକାରିଣୀ ର ଆମନ୍ତ୍ରିତ ସଦସ୍ୟ ରାଧା ମାଧବ ବହିଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ଵାଇଁ, ସହ ସଂଗଠନ ସମ୍ପାଦକ ବଦ୍ରିନାରାୟଣ ମହାରଣା ବିଶେଷ ରୂପରେ ଯୋଗଦେଇ ଥିଲାବେଳେ ରାଜ୍ଯ ସଂଗଠନ ମନ୍ତ୍ରୀ ସତ୍ୟ ନାରାୟଣ ପଟେଲ୍, ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା, କୋଷାଧ୍ଯକ୍ଷ ନଳିନୀ ମହାନ୍ତି , କାର୍ଯ୍ୟକାରିଣୀ ସଦସ୍ଯ ସଞ୍ଜିତ୍ ପଟେଲ୍ , ବଲାଙ୍ଗିର ଜିଲା ସଭାପତି ଗୋପବନ୍ଧୁ ଶତପଥୀ ସମେତ ଅନ୍ୟ ଜିଲ୍ଲାରୁ ସଦସ୍ଯ ସଦସ୍ୟା ମାନେ ଯୋଗଦେଇଥିଲେ. ଗ୍ରାହକ ପଞ୍ଚାୟତ କୁ ପ୍ରାନ୍ତର ୧୫ଗୋଟି ଜିଲ୍ଲାରେ ସ୍ଥିତି ପରଖିବା ସହିତ କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ଯୋଡି ରଖିବାକୁ କହିଥିଲେ |