-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
18-Jul-2022
ବଲାଙ୍ଗିର-ଦେଓଗାଁ ରାସ୍ତା ଏନ.ଏଚ-୨୬ ର ବିଜାଖମନ ଠାରେ ଅଜଣା ଗାଡି ଧକ୍କାରେ ଜଣକର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଲିପାରିନାହିଁ । ମୃତ ବ୍ୟକ୍ତିଙ୍କ ବେଶ ପୋଷାକରୁ ସେ ଜଣେ ମାନସୀକ ରୋଗୀ ହୋଇଥିବା ଅନୂମାନ କରାଯାଉଛି । ବିଲମ୍ୱିତ ରାତିରେ କୌଣସି ଏକ
ଅଜଣା ଗାଡି ଆସି, ତାଙ୍କୁ ଦଳିମକଚି ଫେରାର ମାରିଛି । ବଲାଙ୍ଗିର ସଦର ପୋଲିସ ଘଟଣା ସ୍ଥଳରେ ପହଚିଂ ଶବକୁ ଉଦ୍ଧାର କରିବା ସହିତ ପୋଷ୍ଟମୋର୍ଟମ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲକୁ ପଠାଇଛି । ପୋଲିସ ମୃତ ବ୍ୟକ୍ତିଙ୍କ ପରିଚୟ ପାଇବା ପାଇଁ ପ୍ରୟାସ ଜାରୀ ରଖିଛି । ଏହା ସହିତ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିକୁ ଠାବ କରିବା ପାଇଁ ମଧ୍ୟ ସଦର ପୋଲିସ ତନାଘନା ଜାରୀ ରଖିଛି ।