-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Jul-2022
ବଲାଙ୍ଗିର / ଆଜି ବଲାଙ୍ଗୀର ସରକାରୀ ଟାଉନ୍ ଉଚ୍ଚ ବିଦ୍ୟାଳୟ ଠାରେ ହକି ଖେଳାଳି ମାନଙ୍କ ପାଇଁ କୋଚିଙ୍ଗ ସେଣ୍ଟର ଉଦଘାଟନ ସମେତ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀରର ବିଶିଷ୍ଟ ଆଇନଜୀବୀ ଅମରେନ୍ଦ୍ର
ମିଶ୍ର। ଏହି ଉତ୍ସବକୁ ଉଦଘାଟନ କରିଥିଲେ l ରାଜ୍ୟସ୍ତରୀୟ କ୍ରିଡା ବିତ୍ ତଥା ହକି ଖେଳର ଉଦ୍ୟୋକ୍ତା ପ୍ରଫୁଲ ବେହେରା ଓ ଆନନ୍ଦିନି ଦର୍ଜି ମଞ୍ଚାସୀନ ଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରି କୁମୁଦିନୀ ମିଶ୍ର,ବଲାଙ୍ଗୀର ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ l ସ୍କୁଲର କ୍ରିଡା ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।