-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jul-2022
ବଲାଙ୍ଗୀର(ପ୍ରେରଣା ଖବର) :ରଥଯାତ୍ରା ଦଶାବତାର ରେ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚମ ର ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ସନ୍ଧ୍ୟା ହେଲେ ପଞ୍ଚମ ର ଭଜନ ସନ୍ଧ୍ୟା କାର୍ଯକ୍ରମ କୁ ଉପଭୋଗ କରିବା ପାଇଁ ଭକ୍ତ ଙ୍କ ଭିଡ଼ ଜମିରହୁଛି । ଅନୁଷ୍ଠାନ ର କୁନି କୁନି ଝିଅ ମାନଂକ ଭଜନ
ଚିତ୍ତାକର୍ଷକ ହୋଇଥିବା ବେଳେ ପଞ୍ଚମ ର ସଭାପତି ତଥା ବିଶିଷ୍ଟ ସଂଗୀତଜ୍ଞ ମୁରଲୀ ପତି ଙ୍କ ' ମୁ ତ ବଡ଼ ଦେଉଳର ପାରାରେ' ଭଜନ ସମସ୍ତଙ୍କ ମନ ମୋହିନେଇଥିଲା ।ବାଦ୍ୟଯନ୍ତ୍ର ତବଲା ରେକ୍ରିଷ୍ଣା ରାଜ ପତି , ସଂସ୍କାର ସ୍ୱରୂପ
ମିଶ୍ର,ଆଦିତ୍ୟ,ସୃଜନ, ସାହିଲ,ସୋମ କୁମାର,ଶୁଭେନ୍ଦୁ, କେଶିଓ ରେ ସାମନ୍ତ କୁମାର,ଅକ୍ଟା ପେଡ୍ ରେ ସହିଲ ଷଡ଼ଙ୍ଗୀ ଏବଂ କଣ୍ଠଦାନ ରେ କ୍ରିଷ୍ଣା,ଅବିନାଶ,ସଂଚିତା,ଶୁଭଶ୍ରୀ,ଏନ୍ ଅନ୍ୱେଷା,ଅନ୍ୱେଷା,ସ୍ୱାଗତିକା ସୁନ୍ଦର ଭଜନ ପରିବେଷଣ କରିଥିଲେ ।ସଙ୍ଗୀତ କାର୍ଯକ୍ରମ କୁ ସୁ ପରିଚାଳନା କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଗୌର କିଶୋର ମହାପାତ୍ର ।ଏହି ଭଜନ ସନ୍ଧ୍ୟା କାର୍ଯକ୍ରମ ବଲାଙ୍ଗୀର ଦେବୋତ୍ତର ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ।