-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||     

HOME   ଜିଲ୍ଲା

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

04-Jul-2022



କଟକ:(ଅମୃତ ନନ୍ଦ):ଆଜି କଟକ ଦକ୍ଷିଣ ଡାକ ମଣ୍ଡଳସ୍ଥିତ କାର୍ଯ୍ୟାଳୟରେ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଡାକସେବାର ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ମାନପତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀଯୁକ୍ତ ସାହୁ ବାଙ୍କୀ ମୁଖ୍ୟ ଡାକଘର ଅଧିନସ୍ତ ତୁଳସୀପୁର ଶାଖା ଡାକଘରେ ଶାଖା ଡାକପାଳ ଭାବେ କାର୍ଯ୍ୟରତ ଅଟନ୍ତି । ଶ୍ରୀ ସାହୁ ୧୪.୦୨.୨୦୦୦ ରେ ଡାକ ବିଭାଗରେ ଯୋଗଦେଇ ଲୋକ ମାନଙ୍କ ପାଖରେ ଡାକ ବିଭାଗର ପ୍ରତେକଟି ସ୍କିମ ପହଞ୍ଚାଇବା ସହିତ ଲୋକ ମାନଙ୍କ ସହ ସୁ ସଂପର୍କ ସ୍ଥାପନ କରି ଡାକ ବିଭାଗର ବିଭିନ୍ନ ଉଲ୍ଲେଖ ମୂଳକ କାର୍ଯ୍ୟ ବିଷୟରେ ଅବଗତ କରିଛନ୍ତି । ପ୍ରତେକ ଗାଁ ଗହଳିରେ ଘରେ ଘରେ ସେ ସଞ୍ଚୟ ଖାତା,ଡାକ ବୀମା, IPPB, ଆଧାର ର ପ୍ରଚାର ଓ କାୟା ବିସ୍ତାର କରିବା ସହ ଅତି ନିଷ୍ଠାପର ଭାବରେ କାର୍ଯ୍ୟ କରିଥିବାରୁ ଗତ ୨୮.୦୬.୨୦୨୨ ରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ହବିଟାଣ୍ଟ ସେଣ୍ଟର ଠାରେ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ସେରିମନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓ ଡାକବିଭାଗର DG ଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ସାହୁଙ୍କୁ ମେଘଦୂତ ଆୱାର୍ଡ ଦ୍ୱାରା କେନ୍ଦ୍ର ସଂଚାର ରାଜ୍ୟ ମନ୍ତ୍ରୀ ଶ୍ରୀ ଦେବୁସିଂ ଚହ୍ୱାନ ସମ୍ମାନୀତ କରିଥିଲେ । ସାରା ଭାରତବର୍ଷରେ ଥିବା ୧୩୧୩୧୧ ଗ୍ରାମୀଣ ପୋଷ୍ଟଅଫିସ ରେ କାର୍ଯ୍ୟରତ ପ୍ରାୟ ୪୫୦୦୦୦ ଗ୍ରାମୀଣ ଡାକ କର୍ମଚାରୀମାନଙ୍କୁ ପଛରେ ପକାଇ ଓଡିଶା ପରିମଣ୍ଡଳ ତଥା କଟକ ଦକ୍ଷିଣ ଡାକ ମଣ୍ଡଳର ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଏକମାତ୍ର ଗ୍ରାମୀଣ ଡାକସେବକ ଭାବେ ମେଘଦୂତ ଆୱାର୍ଡ ଅର୍ଜନ କରିଥିଲେ । ସେ ଆୱାର୍ଡ ସେରିମୋନୀ ରୁ ଫେରିବା ପରେ ଆଜି ବିଜୁପଟ୍ଟନାୟକ ଏୟାର ପୋର୍ଟରେ ଓଲ୍ହାଇ ସିଧାସଳଖ କଟକ ଦକ୍ଷିଣ ଡାକ ମଣ୍ଡଳ ଆସି ସମ୍ବର୍ଦ୍ଧିତ ହୋଇଥିଲେ । ମେଘଦୂତ ଆୱାର୍ଡ ୧୯୮୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା । ଏହା ଡାକବିଭାଗରେ ଉତ୍କୃଷ୍ଟ କାର୍ଯ୍ୟର ପରିଚୟ ପ୍ରଦାନ କରିବାଲାଗି ଡାକ ବିଭାଗର ସର୍ବୋତ୍ତମ ଜାତୀୟ ସ୍ତରୀୟ ଆୱାର୍ଡ  ମେଘଦୂତ ଆୱାର୍ଡକୁ ଦିଆଯାଇଥାଏ । ଶ୍ରୀଯୁକ୍ତ ସାହୁଙ୍କ ଲାଗି କଟକ ଦକ୍ଷିଣ ମଣ୍ଡଳ ତଥା ଓଡିଶା ପରିମଣ୍ଡଳ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ତାଙ୍କର କାର୍ଯ୍ୟ କରିବାର ଦକ୍ଷତା,ଡାକ ବିଭାଗ ପ୍ରତି ଥିବା ନିଷ୍ଠାପରତା ମନୋଭାବ ଓ ସମସ୍ତ ଜନସାଧାରଣ ଙ୍କ ନିକଟତର ହୋଇ କାମ କରିବା ତାଙ୍କ ପାଇଁ ଏହି ଆୱାର୍ଡ ଆଣି ଦେବା ସହ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଆଗାମୀ ଦିନମାନଙ୍କରେ ପ୍ରେରଣା ଆଣିଦେବ ବୋଲି କଟକ ଦକ୍ଷିଣ ଡାକ ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ କର ମତବ୍ୟକ୍ତ କରିବା ସହ ଶ୍ରୀଯୁକ୍ତ ସାହୁଙ୍କର ଉତ୍ତରୋତ୍ତର ଉର୍ନ୍ନତି କାମନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026

You Might Also Like