-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Jul-2022
ବଲାଙ୍ଗିର(ପ୍ରେରଣା ଖବର) ନିଜ ଘରର ଖପର ସଜାଡ଼ୁ ଥିବା ସମୟରେ ଘର ଛାତ ଉପରୁ ପଡି ଜାନେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି l ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଭାଲୁ ବାହାଲି ଗାଁ ରେ l ସୂଚନାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସମୟରେ ଭାଲୁ ବାହାଲି ଗାଁ ର ଗଣ୍ଡା ରାମ ବନ ଗୁଲା ନିଜ ଘର ର ଖପର ସଜାଡ଼ୁ ଥିବା ସମୟରେ ଘର ଛପର ଉପରୁ ପଡି ଗୁରୁତର ଆହାତ ହୋଇଥିବା ଜଣାପଡିଛି l ଗୁରୁତର ଅବସ୍ଥାରେ ଗଣ୍ଡାରlମଙ୍କୁ ପ୍ରଥମରେ ବେଲପଡ଼ା ଡାକ୍ତରଖାନାରେ ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତି କରାଯାଇଥିଲା l ଗତକାଲି ରାତି ପ୍ରାୟ ୨ ଟା ସମୟରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗଣ୍ଡାରାମଙ୍କ ମୃତ୍ୟୁ ଘଟିଛି