-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||      ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ    (29-Apr-2026)       ||      ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   (29-Apr-2026)       ||      ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   (29-Apr-2026)       ||      ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   (29-Apr-2026)       ||      ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   (29-Apr-2026)       ||      ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    (29-Apr-2026)       ||      *ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   (29-Apr-2026)       ||      ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   (29-Apr-2026)       ||      ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   (29-Apr-2026)       ||      ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   (29-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର   (29-Apr-2026)       ||      ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   (29-Apr-2026)       ||      *ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||      *ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   (29-Apr-2026)       ||     

HOME   ଜିଲ୍ଲା

ଏଥର ଯୋଗିନୀଙ୍କ ଲୁହ ପୋଛି ପାରିବେକି ବିଧାୟକ ସାଲୁଜା ଓ ରାଜ୍ଯ ସରକାର। ବିଧାନସଭାରେ ଉଠିଲା ରାଣୀପୁର ଝରିଆଲ ବିକାଶ ପ୍ରସଙ୍ଗ

03-Jul-2022



ମୌସୁମୀ ଅଧିବେଶନ ଆରମ୍ଭରେ ଷ୍ଟାର ପ୍ରଶ୍ନ ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ଏଥର ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ଯୋଗିନୀ ପୀଠ କୁ ନେଇ ପ୍ରଶ୍ନ କରିବାସହ ପୀଠର ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିପାଇଁ ରାଣୀପୁର ଝରିଆଲ ଯୋଗିନୀ ପ୍ରେମୀଙ୍କ ମନରେ ପୁଣୀ ଥରେ ପିଠର ଉନ୍ନତୀ କୁ ନେଇ ଆଶା ସଞ୍ଚାର ହୋଇଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ରେ ରହିଛି ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ଯୋଗିନୀପିଠ। ଏକ ବିସ୍ତିର୍ଣ୍ଣ ପାହାଡ ଉପରେ ଦଣ୍ଡାୟମାନ ଏହି ଐତିହାସିକ ପିଠ ରେ ରହିଛି ଶିବ,ଶାକ୍ତ, ବୈଷ୍ଣବ, ଗାଣପତ୍ୟ, ତନ୍ତ୍ର, ମନ୍ତ୍ର, ବୌଦ୍ଧ, ଜୈନ ଧର୍ମର ଅପୁର୍ବ ସମନ୍ବୟ ଦେଖିବାକୁ ମିଳିଥାଏ। ତେବେ ଶହଶହ ବର୍ଷ ଧରି ବିସ୍ତିର୍ଣ୍ଣ ପାହାଡ ଉପରେ ଦଣ୍ଡାୟମାନ ବିଭିନ୍ନ ଦିଗକୁ ମୁହଁ କରି ଛିଡା ହୋଇଥିବା ୧୦୮ ମନ୍ଦିର ମଧ୍ଯରୁ ୫୮ ଟି ଛୋଟ ବଡ ମନ୍ଦିର ବ୍ୟତିତ, ଲାଲ ପୋଡା ଇଟାରେ ତିଆରି ଇନ୍ଦ୍ରଲାଟ ମନ୍ଦିର, ରାଣୀ ମହଳ, ସୋମେଶ୍ବର ମହାଦେବ ମନ୍ଦିର, ଭାଗ୍ୟପଥର, କାଳି, ଲକ୍ଷ୍ମୀପାଦ, ନବଗ୍ରହ, ଚାମୁଣ୍ଡା, ପିଳପରୁଆ ମାଗୁରମାଛ ସହ ସମଗ୍ର ପୃଥିବୀରେ ଥିବା ଚାରୋଟି ଯୋଗିନୀପିଠ ମଧ୍ଯରୁ ରାଣୀପୁର ଝରିଆଲ ଯୋଗିନୀପିଠ ଅନ୍ୟତମ। ହେଲେ ଏତେବଡ ବଲାଙ୍ଗୀର ଜିଲ୍ଲାର ଐତିହ୍ଯ ସହ ରାଜନୈତିକ ଓ ପ୍ରଶାସନିକ କଳର କେବଳ ଆଶ୍ବାସନା ଛଡା କିଛି ଦେଖିବାକୁ ମିଳୁ ନ ଥିବାରୁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସଂଗଠନ ଆନ୍ଦୋଳନ ପାଇଁ ରାଣୀପୁର ଝରିଆଲ ମନ୍ଦିର କମିଟିର ଆବାହକ ଅନିଲ କୁମାର ତ୍ରିପାଠୀଙ୍କ ସହ ଯୋଗାଯୋଗ ରେ ଥାଇ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ।   ବେଳେ କମିଟି ନିଜ ତରଫରୁ ବିଭିନ୍ନ ସ୍ତରରେ ଥିବା ପ୍ରଶାସନିକ ଅଧିକାରୀ , ରାଜ୍ଯ ତଥା କେନ୍ଦ୍ରର ପାବାର କରିଡର ରେ ଥିବା ରାଜନୈତିକ ବ୍ୟକ୍ତିବିଶେଷ ଙ୍କୁ ଭେଟି ଏହି ପିଠର ବିକାଶ ପାଇଁ ବହୁ କାକୁତି ମିନତି କରି ଆସିଛନ୍ତି। ଏଥିରେ ବିଶେଷ କରି ବିଭିନ୍ନ ଗଣମାଧ୍ୟମ ବି ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ତଥାପି ୨୦୧୯ ଜାନୁଆରୀ ୧୫ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନିଜେ ନିଜର ବଲାଙ୍ଗୀର ଗସ୍ତ ସମୟରେ ରାଣୀପୁର ଝରିଆଲ ଯୋଗିନୀ ପିଠର ବିକାଶ ପାଇଁ ଅନୁଦାନ ଘୋଷଣା କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ ଚାରୋଟି ପଥର ନିର୍ମିତ ଚେୟାର ଓ ଗୋଟିଏ କିଛି ଲେଖା ହୋଇନଥିବା ଏକ ନାମ ଫଳକ ଛଡା ବିକାଶ ପହଞ୍ଚି ପାରିନାହିଁ। ତେଣୁ ଏ ଟଙ୍କା ଆସିଛି ନା ନାହିଁ ତାହା କାହିଁକି ଷ୍ଟାର ପ୍ରଶ୍ନ ର ଉତ୍ତର ରେ ଲେଖା ଯାଇନାହିଁ  ବୋଳି ବାଚସ୍ପତିଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କୁ ପଚାରିଥିଲେ ତଥା ୨୨ ସେପ୍ଟେମ୍ବର ୨୦୨୧ ରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତ ସମୟରେ ରାଣୀପୁର ଝରିଆଲ ପୀଠର ଉନ୍ନତିକରଣ ପାଇଁ ଶ୍ରୀ ସାଳୁଜା ନିଜ ଅଭିଭାଷଣ ରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ତେବେ ପରେ ୨୦୨୦/୨୧ ରେ ମାତ୍ର ୨୦ ଲକ୍ଷ ଟଙ୍କା ଅନୁଦାନ ରାଣୀପୁର ଝରିଆଲକୁ ଯୋଗାଇ ଦେଇଥିବା ଏବଂ ଓଡିଶାରେ ନବୀନ ସରକାରଙ୍କ ଶାସନ କୁ ୨୨ ବର୍ଷ ପୁରି ସାରିଥିଲେ ହେଁ ଏହି ୨୨ ବର୍ଷରେ ସର୍ବମୋଟ ମାତ୍ର ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିବା ରାଣୀପୁର ଝରିଆଲ ଐତିହ୍ଯ କିର୍ତ୍ତିରାଜିକୁ  ସରକାର କାହିଁକି ଅବହେଲା କରୁଛନ୍ତି ବୋଳି ପଚାରିବା ସହ ଆଗକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭଲି ରାଣୀପୁର ଝରିଆଲକୁ ବି ଅନୁଦାନ ଯୋଗାଇ ଦେବେ କି ବୋଳି ପଚାରିଥିଲେ। ତେବେ ବାଚସ୍ପତିଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀ ସରକାରଙ୍କ ଯୋଗାଇ ଦିଆ ଯାଇଥିବା ଅର୍ଥ ସ୍ବଳ୍ପ ମାତ୍ର ବୋଳି ମାନିଥିଲେ ଏବଂ ସରକାରଙ୍କ ଯାହା ନୀତିନିୟମ ଅଛି ତାହା ଆସନ୍ତା ବଜେଟରେ ଯୋଗାଇ ଦିଆଯିବ ବୋଳି କହିଥିଲେ। ବିଧାନସଭାର ଏହି ଖବର ପ୍ରଚାରିତ ହେବାପରେ ଯୋଗିନୀ ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେବା ସହ ସୋସିଆଲ ମିଡିଆ ରେ ତର୍କ ବିତର୍କର ଝଡ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଶହଶହ ବର୍ଷ ଧରି ଏ ମାଟିର ଗର୍ବ ଗୌରବର ଇତିହାସକୁ ବଞ୍ଚାଇ ରଖି ଖରା ,ବର୍ଷା ,ଶୀତରେ ନିଜର ମୁର୍ତ୍ତିବନ୍ତ ରୁପକୁ ଚାରି ବେଢା ମଧ୍ଯରେ ଆବଦ୍ଧ କରି ଆଜିର ପିଢି ପର୍ଯ୍ୟନ୍ତ ପହଞ୍ଚାଇ ପୀଠକୁ ଦେଖି ଯାଉଥିବା ଦେଖଣାହାରିଙ୍କୁ ନିଜର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ବିକାଶ ର ଗୁହାରି କରୁଥିବା ୬୪ ଯୋଗିନୀ ଗଣଙ୍କ ଦୁଃଖ ଦୁର ହେଉଛି ନା ରାଜ୍ଯ ସରକାର ପୁଣି ଯୋଗିନୀଙ୍କୁ ଛଳନା କରୁଛନ୍ତି।

(ଅନୀଲ କୁମାର ତ୍ରିପାଠୀ ଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା   30-Apr-2026
  ରାଜ୍ୟ  
ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   30-Apr-2026
  ରାଜ୍ୟ  
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ   30-Apr-2026
  ଜିଲ୍ଲା  
ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ   29-Apr-2026
  ଜିଲ୍ଲା  
ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   29-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    29-Apr-2026
  ରାଜ୍ୟ  
ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ   29-Apr-2026
  ରାଜ୍ୟ  
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   29-Apr-2026
  ଜିଲ୍ଲା  
ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   29-Apr-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   29-Apr-2026
  ଜିଲ୍ଲା  
ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   29-Apr-2026
  ଜିଲ୍ଲା  
ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    29-Apr-2026

You Might Also Like