-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
28-Jun-2022
ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀର ସହରର ଜଣେ ଗରିବ ଅସହାୟ ଲୋକ ଚିକିତ୍ସା ସୁବିଧା ନପାଇ ଭାଗ୍ୟକୁ ଆଦରି ମୁର୍ମୁଷୁ ଅବସ୍ଥାରେ ରହି ଥିଲା l ବଲାଙ୍ଗିର ଆର୍ ଟି ଓ ଅଫିସ ର ପଛ ପାର୍ଶ୍ଵ ରେ ରୋଗୀ ଜଣକ ଗତକାଲି ଦିନ ତମାମ ପଡି ରହିଥିଲା l
ବିଙ୍ଗ ହ୍ୟୁମାନ ର ସଦସ୍ୟ ମାନେ ଏ ଖବର ପାଇ ତୁରନ୍ତ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତି କରିଥିଲେ l ରୋଗୀ ର ସମସ୍ତ ପ୍ରକାର ଚିକିତ୍ସା ସୁବିଧା କରି ତାର ଜୀବନ ବଞ୍ଚାଇ ଥିଲେ l ଏହି ଅସହାୟ ବ୍ୟକ୍ତି ଙ୍କ ସମସ୍ତ ଚିକିତ୍ସା ଖର୍ଚ ବହନ କାରିଥିଲେ ବିଙ୍ଗ୍ ହ୍ୟୁମାନ୍ ର ସଭ୍ୟ ମାନେ l ଏହି ମହତ କାର୍ଯ୍ୟ ରେ ବିଙ୍ଗ ହ୍ୟୁମାନ୍ ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠାନର ବହୁ ସଦସ୍ୟ ସହଯୋଗ କରିଥିଲେ l