-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Jun-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି l ମୃତକ ଜଣକ ହେଲେ ସନ୍ତୋଷ ପଧାନ ବୋଲି ଜଣାପଡିଛି l ସୂଚନା ଅନୁସାରେ ଗତକାଲି ସନ୍ତୋଷ ବାକି ନାଳକୁ କୁଲାରୀ ସାଗ ତୋଳିବାକୁ ଯାଇଥିଲେ l ମାତ୍ର ସଂନ୍ଧ୍ୟା ପର୍ଯ୍ୟନ୍ତ ସନ୍ତୋଷ ଘରକୁ ଫେରିନଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ l ଆଜି ସକାଳୁ ପରିବାର ଲୋକେ ଜଙ୍ଗଲରେ ଖୋଜାଖୋଜି କଲାପରର ବାକି ନାଳରେ ସନ୍ତୋଷ ଙ୍କ ମୃତ ଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା l ଏନେଇ ଏକ ଅପମୃତ୍ୟୁ ମାମଲା 7/22ୠଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି l ତେବେ ସନ୍ତୋଷଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି l