-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Jun-2022
ବଲାଙ୍ଗିର // କଲାହାଣ୍ଡି ଜିଲ୍ଳା ମଦନପୁର ରାମପୁର ବ୍ଳକ ରାମପୁର ଗାଁ ରେ ଜଣେ ମହିଳା ନିଜର ରୋଷେଇ ଘରେ ରାନ୍ଧୁ ଥିବା ସମୟରେ କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡରର ନିଆଁ ଦେହରେ ଲଗି ଯାଇଥିଲା l ମହିଳାଙ୍କ ନାମ ସୁରଭି ପ୍ରହରାଜ ବୋଲି ଜଣା ପଡିଛି l ଗ୍ୟାସ୍ ଚୁଲା ର ନିଆଁ ରେ ସୁରଭି ଙ୍କ ଦେହର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିବା ଜଣାପଡ଼ିଛି l ଘଟଣା ଘଟିବା ପରେ ସୁରଭି ଙ୍କ ପରିବାର ଲୋକେ ତାଙ୍କୁ ତୁରନ୍ତ ଭବାନୀପାଟନା ସରକାରୀ ଡାକ୍ତରଖାନାରେ ଭର୍ତି କରିଥିଲେ l ତେବେ ସୁରଭି ଙ୍କ ଆବସ୍ଥା ଗୁରୁତର ଥିବାରୁ ଆଜି ସନ୍ଧ୍ୟାରେ ସୁରଭିଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଛି l ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସୁରଭି ବର୍ତ୍ତମାନ ବଲାଙ୍ଗିର ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି l