-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଗରିବ ଅସହାୟ ର ସାହା ହେଇଛନ୍ତି ଅଇଁଲାସାରୀ ବଜରଙ୍ଗ ଦଳର ସଦସ୍ୟ।
ଆଜି ଅଇଁଲାସାରୀ ଗ୍ରାମ ପଞ୍ଚାୟତରେ ରହୁଥିବା ଗରିବ ଅସହାୟ ବୃଦ୍ଧବୃଦ୍ଧାମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ କମ୍ବଳ,ସାବୁନ,ତେଳ ଓ ଭେସଲିନ୍ ବଣ୍ଟନ କରାଯାଇଥିଲା । ଏଥିରେ ବଜରଙ୍ଗ ଦଳର ସଦସ୍ୟ ସନ୍ତୋଷ କର୍ମୀ,ପ୍ରସାନ୍ତ ମାଝୀ,ବୈଷ୍ଣବ ପଧାନ,କରମସାନୀ ଚନ୍ଦନ,ମନୋରଞ୍ଜନ ଭୁଏ,ସୁନିଲ ସାହୁ,କାହ୍ନା ଭୋଇ,ସନିତ ସାହୁ,ଦୁର୍ବାଦଳ ବିଶ୍ବାଳ, ଲକ୍ଷ୍ମୀକାନ୍ତ ମଲ୍ଲିକ,ରଘୁମଣି ପୋଢ଼,କାମନା ମଲ୍ଲିକ,ମୋତିଲାଲ ବିଶ୍ବାଳ,ହଂସରାଜ ବାଗ ,ସୁରେଶ କମ୍ପ ,ରଞ୍ଜନ ବରାଡ଼,ବିକ୍ରମ ମହାନ୍ତି , ରାହୁଲ ମହାକୁର, ଓ ବୁଲୁ ମହାକୁର ଏହି ସମସ୍ତ ବଜରଙ୍ଗୀ ଭାଇମାନେ ଏହି କମ୍ବଳ ବଣ୍ଟନ କାର୍ଯ୍ଯକ୍ରମକୁ ସୂଚାରୁରୂପେ ସମାପନ କରିଥିଲେ । ସବାଶେଷରେ ସଭାପତି ସନ୍ତୋଷ କର୍ମି ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କ ଆର୍ଶୀବାଦ ରୁ ଆଗାମୀ ଦିନ ରେ ଏଭଲି ଅନେକ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି।