-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ): ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତ ୧୭ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଙ୍ଗାଲି ବ୍ଲକର ସମସ୍ତ ଯୁବକ ସଂଘର କର୍ମକର୍ତ୍ତ ମାନେ ଯୋଗ ଦେଇ ନିଜ ଅଞ୍ଚଳର ସାମାଜିକ କାର୍ଯ୍ୟକ୍ରମକୁ କିପରି ଅଗେଇ ନିଆଯାଇ ପାରିବ ସେ ନେଇ ନିଜର ମତ ରଖିଥିଲେ । ସମ୍ବଲପୁର ନେହେରୁ ଯୁକେନ୍ଦ୍ର ପକ୍ଷରୁ କିନାଲୋଇ ରାଜୀବ ସେବା କେନ୍ଦ୍ର ଠାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ମୁଖ୍ୟୂ ଅତିଥି ଭାବରେ କିନାଲୋଇ ଗ୍ରାମ ପଂଚାୟତର ସରପଂଚ ଦିଲୀପ କୁମାର ନାଏକ, ସମ୍ବଲପୁର ଡିଆଇସିର ମାରିଆନ୍ସ ବିଲୁଙ୍ଗ, ନେହେରୁ ଯୁବ କେନ୍ଦ୍ରର ଇନ୍ଦ୍ରଜିତ ପଟେଲ, ରାମକୃଷ୍ଣ ଦାସ, ସ୍ୱେଚ୍ଛାସେବୀ ମନୋଜ କୁମାର ନାଏକ ପ୍ରମୁଖ ଯୋଗ ଦେଇ ସମାଜ ସଂସ୍କାର ଦିଗରେ ଯୁବ ସମାଜର ଭୂମିକା ସଂପର୍କରେ ଉପସ୍ଥିତ ଯୁବ ଗୋଷ୍ଠୀଙ୍କୁ ବୁଝାଇ ଥିଲେ ।