-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ଟିଟିଲାଗଡ଼, (ପ୍ରେରଣା ଖବର) : ଟିଟିଲାଗଡ଼ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଟିଟିଲାଗଡ଼ ଥାନାକୁ ଘେରାଓ କରିବା ସହ ଥାନାଧିକାରୀଙ୍କ ବଦଳି ଦାବୀ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି ଯେ, ଟିଟିଲାଗଡ଼ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଆଦିବାସୀମାନଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟକଳାପ ଗ୍ରହଣ କରୁଥିବା ବେଳେ ଆଦିବାସୀ ମାନଙ୍କ ମାଲିମୋକଦ୍ଦମାରେ ଗୁରୁତ୍ୱ ଦେଉନାହାନ୍ତି । ଆଦିବାସୀମାନଙ୍କ ପ୍ରତି ଜାଣିଶୁଣି ପାଲଟା ମାମଲା ରୁଜ୍ଜୁ କରେଇବାକୁ ସବୁ ସମୟରେ ଉଦ୍ୟମ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ଓ ଉପଜିଲ୍ଲାପାଳ ଅଫିସ ସହ ଟିଟିଲାଗଡ଼ ପୋଲିସ ଷ୍ଟେସନ ଘେରାଓ କରି ଟିଟିଲାଗଡ଼ ଥାନା ଅଧିକାରୀଙ୍କ ବଦଳି ଦାବୀ କରିଛି । ଟିଟିଲାଗଡ ଥାନା ଅଧିକାରୀ ଟଙ୍କା ଲୋଭରେ ରହିଥିବା ବେଳେ ଆଦିବାସୀ ମାନଙ୍କୁ ନ୍ୟାୟ ଦେଉ ନ ଥିବା ସଂଘ ଅଭିଯୋଗ କରିଛି । ଏହି ଥାନାରେ ବାରମ୍ବାର ଉଭୟ ପକ୍ଷ ଙ୍କ ନିକଟ ରୁ ଟଙ୍କା ଆଦାୟ କରିବା ଓ କୋର୍ଟ ଚାଲାଣ କାହାକୁ ନ କରି ଅର୍ଥ ତୋଷାରପାତ କରିଚାଲିଛନ୍ତି । ଏପରିକି ବଲାଙ୍ଗୀର କୁ ସରଳ,ଗରିବ ଶ୍ରେଣୀର ଲୋକେ ଯାଇ ଜିଲ୍ଲାପାଳ ଓ ଏସ ପି ଙ୍କୁ ବାରମ୍ବାର ଗୁହାରୀ କରି ସୁଦ୍ଧା ନିରାଶ ହେବା ସାର ହେଉଛି । କୋର୍ଟ ଚାଲାଣ ନକରି ମାସମାସ ଦିନ ଗଡେଇ ଲୋକଙ୍କୁ ହାଇରଣ, ହରକତ କରାଯିବା ଓ ଶାସକ ଦଳ ର ଛାତ୍ରଛାୟା ତଳେ ରହି ଏପରି ଅରାଜକତା ଚଳାଇ କାହାରିକୁ ଖାତିର ନ କରିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ସମସ୍ତ ଙ୍କ ନିକଟରୁ ଅର୍ଥ ଆଦାୟ କରି ମନମୁଖୀ ଭାବେ ପ୍ରତି ୧୫ ଦିନରେ ଥରେ ଦାମୀ ଘରୋଇ ଗାଡି ରେ ଭୁବନେଶ୍ୱର ଯାଇ କେବଳ ଆଦାୟ କରୁଥିବା ଟଙ୍କା ରଖି ଆସିଥାନ୍ତି । ଏପରି କି ଜଣେ ବ୍ୟକ୍ତି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ବି ଘଟିଛି । ଥାନା ରେ ଏସ ଆଇ ବା ଦିତୀୟ ଥାନା ଅଧିକାରୀ ମନୋଜ ମୁଣ୍ଡା ସମସ୍ତ ଥାନାର ଦାଇତ୍ଵ ପରିଚାଳନା କରୁଥିବା ବେଳେ ଥାନା ଅଧିକାରୀ ମନମୁଖୀ ଶାସନ ଚଲାଇ ଆସୁଥିବା ଅଭିଯୋଗ କରାଯାଇଛି । ଏ ନେଇ ଆଗାମୀ ଦିନରେ ଟିଟିଲାଗଡ଼ ଥାନା ଅଧିକାରୀଙ୍କୁ ତୁରନ୍ତ ବଦଳି ନକଲେ ଭୟଙ୍କର ଆନ୍ଦୋଳନ କରିବ ବୋଲି ଆଦିବାସୀ ସଂଘ ଚେତାବନୀ ଦେଇଛି । କିଛି ମାସ ତଳେ ଟିଟିଲାଗଡ଼ ଥାନା ମାଲିଝର ଗାଁର ଆଦିବାସୀ ନେତା ଦେବ ସିଂ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନକରି ଓଲଟା ଦେବ ସିଂ ମାଝୀଙ୍କ ନାମରେ ମାମଲା ରୁଜୁ କରି ଥିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ସଂଘ । ଏନେଇ ଆଜି ସଂଘ ଚରମବାଣୀ ଦେଇଛି । ୨୪ ଘଣ୍ଟା ମଧ୍ୟରେ ଦାବୀ ପୂରଣ ନହେଲେ ଆଗକୁ ଯାହା ପରିସ୍ଥିତି ଘଟିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ସଂଘ କହିଛି ।