-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
26-Jun-2022
ଗଞ୍ଜାମ ଜିଲ୍ଲା ଧରାକୋଟ ପୋଲିସ ଦ୍ୱାରା ଜଣେ ରସିକିଆ ଦିଅର ଗିରଫ। ନିଜ ଭାଉଜଙ୍କ ବାରଣ ସତ୍ତ୍ୱେ ଜୀବନରୁ ମାରିଦେବା ଭୟ ଦେଖାଇ ଦିଅର ବାରମ୍ବାର ରଖୁଥିଲା ଶାରୀରିକ ସମ୍ପର୍କ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧରାକୋଟ ସରଧାପୁର ଅଞ୍ଚଳରେ l
ଦୁଷ୍କର୍ମ ନେଇ ପୀଡିତା ଭାଉଜ ଧରାକୋଟ ଥାନାରେ ଅଭିଯୋଗ ପରେ ଧରାକୋଟ ପୋଲିସ ଥାନା କେସ ନଂ ୧୬୧/୨୨ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିଅରକୁ ଗିରଫ କରିବାରେ ସଫଳ ହୋଇଛି l ଆଜି ଅଭିଯୁକ୍ତ ଦିଅରକୁ କୋର୍ଟ ଚାଲାଣ କରାଯାଇଥିବା ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି ।
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)