-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
25-Jun-2022
ବଲାଙ୍ଗୀର(ପ୍ରେରଣା ଖବର) : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହପିଟାଲରେ ୨୦୧୮ ରୁ କିଣାଯାଇ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନଥିବା”ଟ୍ରେଡମିଲ ଟେଷ୍ଟ ମେସିନ” ଯୋଗୁ ବାହାରୁ ରୋଗୀମାନେ ଅଧିକ ଖର୍ଚ୍ଚ କରି ଏହି ଟେଷ୍ଟ କରୁ ଥିବା ରୁ ଅ ଭା ଗ୍ରା ପ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା । ପୂର୍ବରୁ ଜିଲ୍ଲା ମେଡିକାଲ ହସ୍ପିଟାଲ କୁ ୨୦୦୩ ରୁ ଦିଆଯାଇଥିବା ମେସିନ ୧୭ ବର୍ଷ ପଡ଼ି ରହିବା ପରେ ଶେଷରେ ଫିଙ୍ଗି ଦିଆଯାଇଥିଲା। ହୃଦ୍ ରୋଗୀ ମାନକ ପାଇଁ ଆବଶ୍ୟକ ଥିବା ଏହି ମେସିନ କାହିଁକି କାମରେ ଲାଗୁନାହିଁ ତେଣୁ ଏଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି କୁ ଆଣିବାକୁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କାର୍ଯ୍ୟକାରୀ ବୈଠକ ରେ ନିଷ୍ପତି ନିଆ ଯାଇଛି। ଆଜି ୨୫ ତାରିଖ ଶନିବାର ଦିନ ଅପରାହ୍ନ ୪ ଘଣ୍ଟା ରେ ସଂସ୍କୃତି ଭବନ ଠାରେ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକ ଅନୁଷ୍ଟିତ ହୋଇଥିଲା । ସଂଗଠନ ର ସମ୍ପାଦକ ଅଶୋକ କୁମାର ମିଶ୍ର ତାଙ୍କ ପଦବୀରେ ରହିବା ପାଇଁ ସମୟ ଦେଇ ପାରୁନଥିବା ଯୋଗୁ ଇସ୍ତପା ଦେଇଥିବା ରୁ ତାକୁ ଗୃହୀତ କରାଯାଇ ସଂଗଠନ ମନ୍ତ୍ରୀ ଥିବା ଅଶୋକ କୁମାର ମିଶ୍ର ଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ ଦିଆଯାଇଥିଲା। ଗ୍ରାହକ ପଞ୍ଚାୟତ ର ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନକ ପାଇଁ ଦୁଇଟି ସଚେତନତା ସଭା ବାହାରେ ପାଟଣାଗଡ ଓ ଟିଟଲାଗଡ ରେ ଗୋଟିଏ ଲେଖାଏ ଗ୍ରାହକ ସଚେତନତା ଶିବିର ଓ ସଭ୍ୟ ମାନକ ପାଇ ପ୍ରଶିକ୍ଷଣ ଶିବିର କରାଯିବା କୁ ନିଷ୍ପତି ନିଆ ଯାଇଚି । ଆଗାମୀ ଜୁଲାଇ ୧୭ ତାରିଖ ଦିନ ସମ୍ବଲପୁର ଠାରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବୈଠକ ରେ ଯୋଗଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ରାଜ୍ୟ ସାଧାରଣ ସମ୍ପାଦକ ମାଣିକ ବର୍ମା ,ଉପ ସଭାପତି ମହେଶ୍ୱର ସହୁ , ସଦସ୍ୟ ଗୋବର୍ଦ୍ଧନ ପାଣ୍ଡିଆ , ବିଶ୍ଵନାଥ ତ୍ରିପାଠୀ, ଜୟ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ସମ୍ପାଦକ ଶ୍ରୀ ମିଶ୍ର ଙ୍କ ଧନ୍ୟବାଦ୍ ଅର୍ପଣ କରିଥିଲେ । ପୂର୍ବରୁ ଓମ୍ ଶେଷରେ ଶାନ୍ତି ପାଠ ପରେ ବୈଠକ ସ୍ତଗିତ୍ ରଖା ଯାଇଥିଲା ।