-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
ଭବାନୀପାଟଣା: (ପ୍ରେରଣା ଖବର) ଅନିଶ୍ଚିତତା ମଧ୍ୟରେ କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା ୨୦୨୧ । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଉତ୍ସବ ଆୟୋଜନ ଉପରେ ସରକାରୀ କଟକଣା ରହିଛି । ଏ ନେଇ ଜିଲ୍ଲା ପ୍ରଶାସନ ପ୍ରେସ ବିବୃତିରେ ସୂଚନା ଦେଇଛି ।୨୦୨୧ଜାନୁଆରୀ ୧୪ ତାରିଖରେ ଧାର୍ଯ୍ୟ ଦିନରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୧ ଆୟୋଜନ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି କୋରୋନା ପରିସ୍ଥିତି ସାମାନ୍ୟ ହେଲେ ଏବଂ କୋଭିଡ କଟକଣା ହଟିବା ପରେ ୨୫ ତମ କଳାହାଣ୍ଡି ଉତ୍ସବର ରଜତ ଜୟନ୍ତୀ ଘୁମୁରା -୨୦୨୧ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବ ଉଭୟ ଜିଲ୍ଲା ସଂସ୍କୃତି ପରିଷଦ ଓ ପ୍ରଶାସନ । ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପକୁ ଲୋକେ ସ୍ବାଗତ କରିଥିବା ବେଳେ ସଂସ୍କୃତି ପ୍ରେମୀ ଏଭଳି ନିଷ୍ପତ୍ତି କୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି