-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Jun-2022
ବୌଦ୍ଧ (ଅକୃର ସାହୁ) ଆସନ୍ତା କାଲି ଦିନ ସକାଳ ୧୦ଘଟିକା ସମୟରେ ବାଲ୍ୟ ବିବାହ ନିଷେଧ ସଚେତନତା ରଥ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି କଣ୍ଟାମାଲ, ବୌଦ୍ଧ, ହରଭଙ୍ଗାର ବାଲ୍ୟ ବିବାହ ପ୍ରବଣ ଗ୍ରାମକୁ ଗସ୍ତ କରି ଲୋକଙ୍କୁ ସଚେତନ କରିବ l ଏହି ସଚେତନତା କାର୍ଯ୍ୟକ୍ରମ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ରଥ ଗାଁ, ଗାଁ ବୁଲି ଲୋକଙ୍କୁ ସଚେତନ କରିବ lଆଜି ପର୍ଯ୍ୟନ୍ତ ସର୍ବମୋଟ ୪୮୮ ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣା କଲେ ଜ଼ିଲ୍ଲାପାଳ l ଆଜି ୯୭ଟି ଗ୍ରାମ, ଵିଜ୍ଞlପିତ ଅଂଚଳ ପରିଷଦର ୧୭ଟି ୱାର୍ଡ ଏବଂ ଆଜି ପର୍ଯ୍ୟନ୍ତ ୪୮୮ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣା ହୋଇସାରିଛି l