-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Jun-2022
ଭୁବନେଶ୍ବର/ବଲାଙ୍ଗିର, (ଅନ୍ତର୍ଯ୍ୟାମୀ ସାହୁ )
୨୦୦୫ ମସିହା ଅକ୍ଟୋବର 12 ତାରିଖରୁ ରାଜ୍ୟର ସୂଚନା ଅଧିକାର ଆଇନ କାର୍ଯ୍ୟକାରିତା ହେବା ପରଠାରୁ ରାଜ୍ୟ ସରକାର ରାଜ୍ୟର ୫ଟି ସଂସ୍ଥାକୁ ସୂଚନା ଅଧିକାର ଆଇନର ପରିସରରୁ ବାଦ ଦେଇଥିଲେ । କିନ୍ତୁ ରାଜ୍ୟ ଭିଜିଲାନ୍ସ ସୂଚନା ଆଇନର ପରିସର ଭୁକ୍ତ ଥିଲା ଏବଂ ଉକ୍ତ ସଂସ୍ଥା ସୂଚନା ଅଧିକାର ଆଇନରେ ତଥ୍ୟ ମଧ୍ୟ ଦେଇଆସୁଥିଲା। ଯେଉଁ ତଥ୍ୟ ଦେଉନଥିଲା , ସୂଚନା କମିଶନ ଏହାକୁ ତର୍ଜମା କରି ତଥ୍ୟ ପ୍ରକାଶ କରିବା ନକରିବା ପ୍ରସଙ୍ଗରେ ନିଷ୍ପତ୍ତି ନେଉଥିଲେ । ଅନେକ ଥର ରାଜ୍ୟ ଭିଜିଲାନ୍ସ ର ନିର୍ଦ୍ଧେଶକ ଭିଜିଲାନ୍ସ କୁ ସୂଚନା ଆଇନର ପରିସରରୁ ବାଦ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ , ସରକାର ଗ୍ରହଣ କରିନଥିଲେ ।ଭିଜିଲାନ୍ସ କୁ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟତଃ ଦୁର୍ନୀତି ସମ୍ପର୍କରେ ହୋଇଥିବା ଅଭିଯୋଗ ଉପରେ କଣ ତଦନ୍ତ ହୋଇଛି , କେଉଁ କେଉଁ ଅଫିସର ମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହୋଇଛି , ଚାର୍ଜସିଟ ଫାଇଲ ହୋଇଛି କି ନାହିଁ ଏହାର ତଥ୍ୟ ମଗାଯାଉଥିଲା । ଦୁର୍ନିତ ର ତଦନ୍ତ ନକରିବା , ଅଭିଯୋଗ ପକେଇ ରଖିବା , ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ନାମ, ଦୁର୍ନୀତି ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ତଥ୍ୟ ଲୋକଲୋଚନକୁ ଆସୁଥିଲା । ଅନେକ ଅଭିଯୋଗକାରୀ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଉପରେ ଭିଜିଲାନ୍ସ ର ପଦକ୍ଷେପ ର tracking କରିପାରୁଥିଲେ । କିନ୍ତୁ ଭିଜିଲାନ୍ସ ରେ ଏତେ ବେଶୀ ଦରଖାସ୍ତ ପଡୁ ନଥିଲା ।
ଯେତେବେଳେ ପୂର୍ବତନ ପୋଲିସ ମହାନିର୍ଦ୍ଧେଶକ ଶ୍ରୀ ପ୍ରକାଶ ମିଶ୍ରଙ୍କ ନାମରେ ରାଜ୍ୟ ସରକାର କରିଥିବା ମିଥ୍ୟା ଦୁର୍ନୀତି ମକଦ୍ଧମା ସମ୍ପର୍କିତ ଦକୁମେଣ୍ଟ ପାଇଁ ଆବେଦନ କରାଗଲା , ସେତେବେଳେ ସରକାର ଭିଜିଲାନ୍ସ କୁ RTI ପରିସରରୁ ବାଦ ଦେବା ପାଇଁ ନିଷ୍ପତ୍ତି ନେଲେ ।
।
ସୂଚନା ଅଧିକାର ଆଇନ ଅନୁଯାୟୀ , ଯେତେବେଳେ କୌଣସି ଏକ ମାମଲାର ତଦନ୍ତ ଚାଲୁଥାଏ , ସେତେବେଳେ ଉକ୍ତ ତଥ୍ୟ ଦିଆଯାଇପାରିବ ନାହିଁ । କିନ୍ତୁ ଯେତେବେଳେ ମାମଲା ବନ୍ଦ ହୋଇଯାଏ ବା ତଦନ୍ତର ଆବଶ୍ୟକତା ନଥାଏ , ସେତେବେଳେ ଉକ୍ତ କେଶର ରେକର୍ଡ ପ୍ରଦାନ କରାଯାଇ ପାରିବ । ପ୍ରକାଶ ମିଶ୍ରଙ୍କୁ ହଇରାଣ କରିବା ପାଇଁ ହୋଇଥିବା ମିଥ୍ୟା ଭିଜିଲାନ୍ସ ମାମଲା ସୁପ୍ରିମକୋର୍ଟ ରେ ରଦ୍ଧ ହେଲାପରେ , ଉକ୍ତ ଦସ୍ତାବିଜ ସୂଚନା ଆଇନର ପରିସରରୁ ବାଦ ଦିଆଯାଇପାରିବ ନାହିଁ। ଯେତେବେଳେ RTI ରେ ଉକ୍ତ ଡ଼କୁମେଣ୍ଟ ମଗାଗଲା , ସରକାର ତତକ୍ଷଣାତ ଭିଜିଲାନ୍ସ କୁ RTI ପରିସରରୁ ବାଦ ଦେବା ପାଇଁ ନିଷ୍ପତ୍ତି ନେଲେ । ଏହି ସମୟରେ ଶ୍ରୀ ଆର. ପି. ଶର୍ମା ଭିଜିଲାନ୍ସ ର ନିର୍ଦ୍ଧେଶକ ଥିଲେ ଓ ଭିଜିଲାନ୍ସ କୁ ସୂଚନା ଆଇନରୁ ବାଦ ଦେବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ ଯିଏ କି ପରବର୍ତ୍ତୀ ପର୍ଯ୍ୟାୟରେ ଲୋକାଯୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ।
11.8.2016 ମସିହାରେ ସରକାର ସାଧାରଣ ପ୍ରଶାସନ ( ଭିଜିଲାନ୍ସ) ବିଭାଗ ଏବଂ ଏହାର ସଂସ୍ଥାଗୁଡିକ ପାଇଁ ସୂଚନା ଅଧିକାର ଆଇନର କୌଣସି ଧାରା ପ୍ରଯୁଜ୍ୟ ନୁହେଁ ବୋଲି ବିଜ୍ଞପ୍ତି ପ୍ରକାଶ କଲେ । ଏହା ବିରୁଦ୍ଧରେ ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା । ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଜୋରଦାର ବିରୋଧ କରାଯାଇ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ କରାଯାଇଥିଲା ।ଏହାକୁ ପ୍ରତ୍ୟାହାର ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଆମ୍ଭମାନଙ୍କ ତରଫରୁ ହାଇକୋର୍ଟରେ ରାଜ୍ୟ ସରକାର ଜାରି କରିଥିବା ନୋଟିଫିକେସନ ର ପ୍ରତ୍ୟାହାର ସହ ସୂଚନା ଆଇନ ଅଧୀନରେ ରାଜ୍ୟ ଭିଜିଲାନ୍ସ କୁ ରଖିବା ପାଇଁ ନିବେଦନ କରାଯାଇଥିଲା
ଆମ୍ଭ ମାନଙ୍କର ଯୁକ୍ତି ଥିଲା- ରାଜ୍ୟ ଭିଜିଲାନ୍ସ ଏକ security ବା intelligence organization ନୁହେଁ । ଏହି ସଂସ୍ଥା କେବଳ ଦୁର୍ନୀତି ପ୍ରସଙ୍ଗରେ ତଦନ୍ତ କରିଥାଏ । ତେଣୁ ସୂଚନା ଅଧିକାର ଆଇନର ଧାରା 24 ଅନୁଯାୟୀ ଉକ୍ତ ସଂସ୍ଥା କୁ ସୂଚନା ଆଇନରୁ ବାଦ ଦେବା ଆଇନ ସମ୍ମତ ନୁହେଁ । ଏଠାରେ ସୂଚନାଯୋଗ୍ୟ ଯେ, ସୂଚନା ଅଧିକାର ଆଇନର ଧାରା 24 ଅନୁଯାୟୀ , କେବଳ security ଓ Intelligence organization ମାନେ ସୂଚନା ଆଇନରୁ ବାଦ ରହିବେ । କିନ୍ତୁ ବାଦ ପଡିଥିବା ( exempted organisation) ସଂସ୍ଥାମାନେ ଦୁର୍ନୀତି ଓ ମାନବିକ ଅଧିକାର ଉଲଂଘନ ସମ୍ପର୍କିତ ତଥ୍ୟ ଦେବେ ।
ଦୀର୍ଘ ସାତ ବର୍ଷ ଧରି କେଶର ଶୁଣାଣି ଚାଲିବା ପରେ ହାଇକୋର୍ଟ ଗତ 20.6.22 ରେ ତାଙ୍କ ରାୟ ( judgement) ପ୍ରକାଶ କରିଥିଲେ । ସୂଚନା ଅଧିକାର ଆଇନର ଲକ୍ଷ୍ୟ, ଉଦ୍ଧେଶ୍ୟ , ଆଇନର ଧାରା 8 ଓ 24 କୁ ବାଖ୍ୟା କରି ଦର୍ଶାଇଥିଲେଯେ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ , ତାମିଲନାଡୁ , ମଧ୍ୟ ପ୍ରଦେଶ, ଉତ୍ତରପ୍ରଦେଶ ପ୍ରମୁଖ ରାଜ୍ୟରେ ଭିଜିଲାନ୍ସ କୁ ସୂଚନା ଆଇନର ପରିସରରୁ ବାଦ ଦିଆଯାଇଛି । ଏହି ସବୁ ମାମଲାର ଶୁଣାଣି କରି ବିଭିନ କୋର୍ଟ ଦେଇଥିବା ରାୟ କୁ ଉଦ୍ଧାର କରି ହାଇକୋର୍ଟ ଦର୍ଶାଇଥିଲେଯେ, ସୂଚନା ଅଧିକାର ଆଇନର ପରିସରରୁ ବାଦ ପଡିଥିବା ସଂସ୍ଥା ଗୁଡିକ ସୂଚନା ଅଧିକାର ଆଇନର ଧାରା 24 ଅନୁଯାୟୀ ଦୁର୍ନୀତି ଓ ମାନବିକ ଅଧିକାର ଉଲଂଘନ ସମ୍ପର୍କିତ ତଥ୍ୟ ଦେବାକୁ ବାଧ୍ୟ । ଏହାକୁ ବାଖ୍ୟା କରି କୋର୍ଟ କହିଥିଲେଯେ , ଦୁର୍ନୀତି ଓ ମାନବିକ ଅଧିକାର ଉଜଙ୍ଘନ ସମ୍ପର୍କରେ ଚାଲୁଥିବା ତଦନ୍ତ ବା ସରିଥିବା ତଦନ୍ତ ସମ୍ପର୍କିତ ତଥ୍ୟ ଦିଆଯାଇପାରିବ ।ସେହିପରି ସଂସ୍ଥା ଦ୍ୱାରା ବା ସଂସ୍ଥାର କର୍ମଚାରୀ ମାନଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଓ ମାନବିକ ଅଧିକାର ଉଲଂଘନ ସମ୍ପର୍କିତ ତଦନ୍ତ ର ତଥ୍ୟ ମଧ୍ୟ ଦିଆଯିବ । ଏ ସମ୍ପର୍କରେ ବିଭିନ୍ନ ସ୍ତରରେ ବହୁତ confusion ଥିଲା ଯାହାକୁ କୋର୍ଟ ସମ୍ପୁର୍ଣ୍ଣ ବାଖ୍ୟା କରି clear କରିଛନ୍ତି ।ସରକାର ଓ ଭିଜିଲାନ୍ସ ତରଫରୁ ହୋଇଥିବା ଯୁକ୍ତି " ସୂଚନା ଅଧିକାର ଆଇନର ଧାରା 8(1)(h)ଅନୁଯାୟୀ ତଦନ୍ତ କୁ ବ୍ୟାଘାତ କରୁଥିବା ସୂଚନା ଗୁଡିକ ପ୍ରସାରଣରୁ ବାଦ ଦିଆଯାଇଥିଲା ବେଳେ ଧାରା 24 ରେ ଉକ୍ତ ତଥ୍ୟ ଉନ୍ମୋଚନ ହେଲେ , ତଦନ୍ତ ପ୍ରଭାବିତ ହେବ" କୁ କୋର୍ଟ ଗ୍ରହଣ କରିନଥିଲେ । ଧାରା 24 ରେ ଦୁର୍ନୀତି ସମ୍ପର୍କିତ ତଦନ୍ତ ର ତଥ୍ୟ ପ୍ରକାଶନ କ୍ଷେତ୍ରରେ ଧାରା 8(1)(h) ଆଧାରରେ ହେବ । ଅର୍ଥାତ case to case basis ରେ ତଥ୍ୟ ପ୍ରଦାନ ହେବକି ନାହିଁ ବିଚାର କରାଯିବ । ପୁଣି କୋର୍ଟ ଦର୍ଶାଇଥିଲେଯେ, ଆଇନର ଧାରା 24 (4)ର ବ୍ୟବସ୍ଥା ଅନୁଯାୟୀ, ସୂଚନା କମିଶଙ୍କ ନିର୍ଦ୍ଧେଶ ଅନୁଯାୟୀ ମାନବିକ ଅଧିକାର ଉଲଂଘନ ସମ୍ପର୍କିତ ତଥ୍ୟ ଜନ ସୂଚନା ଅଧିକାରି 45 ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରିବେ ।
ତେଣୁ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ଖାରଜ କରିଦେଇ ହସିକୋର୍ଟ ରାଜ୍ୟ ସରକାରଙ୍କୁ ଆଉ ଏକ ବିଜ୍ଞପ୍ତି ସ୍ପଷ୍ଟୀକରଣ ସହ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଭିଜିଲାନ୍ସ କେଵଳ ଦୁର୍ନୀତି ର ତଦନ୍ତ କରୁଥିବାରୁ ବର୍ତ୍ତମାନ ସମସ୍ତ ତଥ୍ୟ ମଗାଯାଇପାରିବ । ଅବଶ୍ୟ ଏହା ଦ୍ୱାରା ରାଜ୍ୟ ଭିଜିଲାନ୍ସ ଆଇନ ଅନୁଯାୟୀ ଏକ exempted category of Organisation ଭାବେ ରହିଲା ଯାହାକୁ ଆମ୍ଭେ ବିରୋଧ କରିବା ସହ ଅନ୍ୟ ବିଭାଗ ଭଳି ଉକ୍ତ ସଂସ୍ଥା ସମ୍ପୂର୍ଣ୍ଣ ସୂଚନା ଅଧିକାର ଆଇନର ପରିସର ରଖିବାକୁ ଦାବି କରି ଆସୁଥିଲୁ। ହାଇକୋର୍ଟ ଙ୍କ ରାୟ ଦ୍ୱାରା ଅନେକ ଦୁର୍ନୀତି ସମ୍ପର୍କିତ ତଥ୍ୟ ଲୋକଲୋଚନକୁ ଆସିବ, ଏଥିରେ ସନ୍ଦେହ ନାହିଁ