-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
23-Jun-2022
ବୌଦ୍ଧ (ଅକୃର ସାହୁ) ଯୁଗ୍ମ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଶ୍ରୀମତୀ ଏଲୋରା ସାମଲ ଦୁଇ ଦିନିଆଁ ବୌଦ୍ଧ ଗ୍ରସ୍ତ ରେ ଆସି ବୌଦ୍ଧ, ହରଭଙ୍ଗା ତହସିଲ, ରେଲୱେ, ଜ଼ିଲ୍ଲା ନିବନ୍ଧକ କାର୍ଯ୍ୟାଳୟ, ହରଭଙ୍ଗା ତହସିଲ ଅନ୍ତର୍ଗତ
ରେଲୱେ ଜମି ଅଧି ଗ୍ରହଣ ହୋଇ ଥିବl ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ତାଙ୍କ ସହିତ ଭୂ ଅର୍ଜନ ଅଧିକାରୀ, ଖୋର୍ଦ୍ଧା, ବଲାଙ୍ଗୀର ଶ୍ରୀଯୁକ୍ତ ଅଜୟ ମହାନ୍ତି, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ l ପରେ ପରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ କୁ ଯାଇ ଜିଲ୍ଲାପାଳ ଲଲ।ଟେନ୍ଦୁ ମିଶ୍ରଙ୍କ ସହିତ ଆଜିର ଗ୍ରସ୍ତକୁ ନେଇ ସମୀକ୍ଷା କରିଥିଲେ ଏବଂ ଆସନ୍ତା କାଲିର ଗ୍ରସ୍ତ ସମ୍ପର୍କରେ ଆଲୋଚନା କରିଥିଲେ ।ପରେ ଜ଼ିଲ୍ଲା ସଂଗ୍ରହାଳୟ ଦେଖି ବହୁତ ଖୁସିରେ ଅଭିଭୂତ ହୋଇ ଜ଼ିଲ୍ଲାପାଳ ସଂଗ୍ରହା ଳୟ ର ଉନ୍ନତି ପାଇଁ ପ୍ରୟାସ କରିଥିବାରୁ ଜ଼ିଲ୍ଲାପାଳ ଙ୍କ ଉଦ୍ୟମ ପାଇଁ ଭୁୟସୀ
ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତା କାନ୍ତି ବଳିୟାର ସିଂହ,ସହକାରୀ ଜ଼ିଲ୍ଲାପାଳ ତଥା ଭୁ ଅର୍ଜନ ଅଧିକାରୀ ସତ୍ୟଜିତ ମହାପାତ୍ର, ସଂଗ୍ରହl ଳୟ ର କର୍ମଚାରୀ ଆଶୁତୋଷ ସାହୁ, ଦେବୀଲାଲ ସାହୁ, ବାବୁଲାଲ ବେହେରା, ଜୟଦେବ ବେହେରା, ଶ୍ୟାମ ମିର୍ଧା ପ୍ରମୁଖ ଉପସ୍ଥିତ ଥିଲେ l