-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
ବର୍ତମାନ ଅଗ୍ନିପଥ ଯୋଜନା କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି l ଏହି ଯୋଜନା ରେ ନିଯୁକ୍ତି ପାଇବାକୁ ଥିବା ଅଗ୍ନିବୀର ମାନେ ମାତ୍ର ଚାରି ବର୍ଷ ଚାକିରୀ କରିବେ, ତା ପରେ କଣ ହେବ ବୋଲି ଅଭିଯୋଗ କରି ଆନ୍ଦୋଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓଁମ ପ୍ରକାଶ ସାହୁ ଏହାକୁ ନେଇ ବାଲୁକା କଳାରେ ସୁନ୍ଦର ଚିତ୍ର ନିର୍ମାଣ କରିଛନ୍ତି l ଯୁବସମାଜ ର ଭବିଷ୍ୟତ ନାମରେ ସେ ନିର୍ମାଣ କରିଥିବା ଏହି କଳା ମାଧ୍ୟମରେ ଆହ୍ୱାନ କରିଛନ୍ତି କି ଯେ ଆନ୍ଦୋଳନକାରୀ ମାନେ ହିଂସାତ୍ମକ ଆନ୍ଦୋଳନ ନ କରି ଗଣତାନ୍ତ୍ରିକ ଭାବେ ନିଜ ମତ ରଖି ଏହି ଯୋଜନା ଉପରେ ତର୍କ କରନ୍ତୁ l