-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବ୍ଲକ କଂଗ୍ରେସ ଓ ନଗର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ସରକାରର ପ୍ରତୀଷୋଧ ରାଜନୀତି ଓ କେନ୍ଦ୍ର ପୋଲିସର ବର୍ବରତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଂପାଦକ ପ୍ରଭୁଦତ୍ତ ବସ୍ତିଆ ନେତୃତ୍ବରେ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଜିଲ୍ଲା ସଭାପତି ଗୌରିସ୍ଯାମ ପଣ୍ଡା, ନରସିଂହ ପଣ୍ଡା, କାହ୍ନୁଚରଣ ହାତୀ, ଦୟାନିଧି ସାହୁ, ସୁରେନ୍ଦ୍ର ମହାକୁର, ରାମଚନ୍ଦ୍ର ବାରିକ, ଦ ଭୋଲାନାଥ ସାଗର, ପଙ୍କଜ ସାଗର, ମନୋରଞ୍ଜନ ମହାକୁର, ବିନିକାର ଜିଲ୍ଲା କିଶାନସେଲ ସଭାପତି ନରେନ୍ଦ୍ର ପଣ୍ଡା, ପ୍ରଦୀପ ସେଠୀଙ୍କ ସମେତ ବହୁତ କର୍ମୀ ଯୋଗ ଦେଇ ବିଜେପି ସରକାର ବିରୋଧରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।