-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2022
ବରଗଡ(ନିରଞ୍ଜନ ତ୍ରିପାଠୀ)ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଡାକଘର ସମ୍ମୁଖରେ ପଦ୍ମପୁର ବ୍ଳକ କଂଗ୍ରେସ ଓ ନଗର କଂଗ୍ରେସ କମିଟି ପକ୍ଷରୁ ବିଜେପି ସରକାର ଙ୍କ ପ୍ରତିଶୋଧ ପରାୟଣ ରାଜନୀତି ଏବଂ କେନ୍ଦ୍ର ପୋଲିସ ବିଭାଗ ର ବର୍ବରତା କୁ ପାଥେୟ କରି ଏକ ବିଶାଳ ଗଣବିକ୍ଷୋଭ ହୋଇଥିଲା ।ଏହି ବିକ୍ଷୋଭ ପ୍ରଦର୍ଶନ ରେ ବ୍ଳକ ସଭାପତି ଚମ୍ପକେଶ୍ୱର ପୁରୋହିତ ମଙ୍ଗ ଧରି ଥିବାବେଳେ ବରିଷ୍ଠ କଂଗ୍ରେସ ଦଳ ର ନେତା ଗୈାତିଆ କୁମାର ସାହୁ, ସତ୍ୟନାରାୟଣ ତ୍ରିପାଠୀ ଙ୍କ ସମେତ କଂଗ୍ରେସ ନେତା ସୁବାଷ ନାୟକ, ତୁଳସୀ ବରିହା, ଚନ୍ଦ୍ରଭାନୁ ବେହେରା, ଜୟନ୍ତ ସୁନା ଏବଂ ବହୁ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ରସରକାର ଙ୍କ ବିରୁଦ୍ଧରେ ନାନା ନାରାବାଜି ପ୍ରଦର୍ଶନ କରିଥିଲେ। ଅନୁରୂପ ପାଇକମାଳ ବ୍ଳକ କଂଗ୍ରେସ କମିଟି ତରଫରୁ ସଭାପତି ବିନୋଦ ବିହାରୀ ବିଶ୍ବାଳ ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ନୁରାଧନ ଭୋଇ, ବିନୋଦ କାଲିଆ,ଲିଟୁ ପଟ୍ଟନାୟକ, ଅଶ୍ୱିନୀ ପଟେଲ, ବୈବସ୍ଵତ ପ୍ରଧାନ, ପ୍ରହଲ୍ଲାଦ ସରାଫ,ରଘୁ ପ୍ରଧାନ ଏବଂ କାଁସାଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଗ୍ରସେନ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ ସମେତ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିଷ ଓଗାଳିଥିଲେ ।