-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
19-Jun-2022
ବଲାଙ୍ଗିର, ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଲା ସନ୍ଦେହ ରୂପି କଳା ବାଦଳ। ଯାହାକୁ ସବୁ ବିପତ୍ତିରୁ ରକ୍ଷା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ, ସାମାନ୍ୟ କଥାରେ ତାକୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ଶୋଇଥିବା ଅବସ୍ଥାରେ ସ୍ତ୍ରୀ ବେକକୁ କଲା ଛୁରାମାଡ଼ । ମହିଳାଜଣକ ଏବେ ମରଣମୁହଁରେ ପଡ଼ିଥିବା ବେଳେ ଫେରାର ମାରିଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଲ ଗାଁରେ ଘଟିଛି।
୧୨ ବର୍ଷ ତଳେ କାନୁଟ ଗାଁର ସୁଧୀର ବାଗ ବାହାବଲ ଗାଁର ହେମ ବାଗଙ୍କୁ ବାହା ହୋଇଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି । ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା । କିନ୍ତୁ ଧୀରେ ଧୀରେ ନିଜ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରିବାକୁ ଲାଗିଲେ ସୁଧୀର ।
ଗତ ୧୩ ତାରିଖରେ ହେମ ନିଜ ଗାଁର ଜଣେ ପିଲା ସହିତ ଭିଡିଓ କଲ୍ରେ କଥା ହେଉଥିଲେ। ସୁଧୀର ଏହା ଦେଖି ଦେବା ସହ ଉକ୍ତ ପିଲା ସହ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ । ଆଉ ଉତ୍ତ୍ୟକ୍ତ ହୋଇ ସେ ହେମଙ୍କୁ ପ୍ରବଳ ପିଟିଥିଲେ। ପ୍ରାଣ ବିକଳରେ ହେମ ନିଜ ବାପ ଘର ବାହାବଲକୁ ଚାଲିଯାଇଥିଲେ। କିନ୍ତୁ ସୁଧୀରଙ୍କ ରାଗ ଶାନ୍ତ ହୋଇ ନ ଥିଲା ।