-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଉଜୁଡି ଗଲା ସଂସାର  ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଗଙ୍ଗାଧର 

16-Jun-2022



ବରଗଡ:-ଇଶ୍ୱର ଙ୍କ ଲୀଳା ତାକୁ ହିଁ ଅଗୋଚର, କାହା ପାଇଁ କଣ ଲେଖିଛି ସେ ହିଁ ଜାଣେ I କେତେବେଳେ କାହା ଭାଗ୍ୟ କେଉଁ ଆଡକୁ ମୋଡି ହୁଏ ତାହା ଆମ ଭଳି ମଣିଷ ପକ୍ଷେ ଜାଣିବା ଭାରି କଷ୍ଟକର I ସୁସ୍ଥ ସବଳ 'ଗଙ୍ଗାଧର' ଭାଗ୍ୟରେ ଭଗବାନ ବୋଧେ ଏହା ହିଁ ଲେଖିଥିଲେ । ଦିନ ଥିଲା ଗଙ୍ଗାଧର ରଣା ବୟସ ପ୍ରାୟ ୩୫ ବର୍ଷ ହବ ଜଣେ ଭଲ ଡ୍ରାଇଭର ଟିଏ । ଗାଡି ଚଳାଇ ନିଜ ତଥା ନିଜ ପରିବାର ର ଭରଣ ପୋଷଣ ବେଶ ଆରାମ ରେ କରୁଥିଲେ ହେଲେ ବିଧାତା କୁ କିଛି ଅଲଗା ଦରକାର ଥିଲା ୨୦୦୩ ମସିହାରେ ଖଡ଼ିଆଳ ସିନାପାଲି ନିକଟସ୍ଥ ହାତିବନ୍ଧା ଠାରେ ପିକଅପ ଭ୍ୟାନ ଚଳାଇବା ସମୟରେ ଦୁର୍ଘଟଣା ର ଶିକାର ହୋଇଥିଲେ । ସାମାନ୍ୟ କିଛି ଆଘାତ ପାଇଥିଲେ ଏବଂ ଚିକିତ୍ସା ପରେ ପୁଣି ନିଜ କାମ କୁ ଫେରିଥିଲେ ଓ ଜୀବନ ଜୀବିକା ପାଇଁ କର୍ମ କରିଚାଲିଥିଲେ । ଏହା ମଧ୍ୟରେ ରେ ୨୦୧୦ ମସିହାରେ ରେ ବିବାହ କରି ନିଜ ସୁନା ର ସଂସାର ପାଇଁ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ ହେଲେ କଥାରେ ଅଛି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ ଭଳି ବିବାହ ର ଦୁଇ ବର୍ଷ ପରେ ସୁସ୍ଥ ସବଳ ହୋଇ ଦିନ କାଟୁଥିବା ଗଙ୍ଗାଧର କୁ ରୋଗ ଗ୍ରାସ କରିବା ଆରମ୍ଭ କରିଲା । ଧୀରେ ଧୀରେ ସେ ଅସୁସ୍ଥ  ହୋଇ ପଡିଲେ । ଆଶ୍ଚର୍ଯ୍ୟ ର କଥା ରୋଗ ଟି ର କାରଣ ହେଲା ୯ (ନଅ ) ବର୍ଷ ଆଗରୁ ହୋଇଥିବା ଅର୍ଥାତ ୨୦୦୩ ମସିହା ର ପିକଅପ ଦୁର୍ଘଟଣା I ଶରୀର ଦୁର୍ବଳ ହେଲା ।କାମ ଧନ୍ଦା ସବୁ ଗଲା ଧୀରେ ଧୀରେ ସ୍ତ୍ରୀ ସହ ମତାନ୍ତର ଦେଖା ଦେଲା ଶେଷରେ ସ୍ତ୍ରୀ ମଧ୍ୟ ଧୋକା ଦେଲା ଏବଂ ସବୁଦିନ ପାଇଁ ଗଙ୍ଗାଧର ର ହାତ ଛାଡି ନିଜ ବାପ ଘର ଚାଲିଗଲା ଏଥିରେ ଗଙ୍ଗାଧର ଆହୁରି ଭାଙ୍ଗି ଯାଇଥିଲେ । ପ୍ରଥମେ ପାଇକମାଲ ସ୍ଥିତ ଆୟୁର୍ବେଦ ମହାବିଦ୍ୟାଳୟ ରେ ଚିକିତ୍ସା ଆରମ୍ଭ କରିଥିଲେ । ପରେ ବୁର୍ଲା ମେଡିକାଲ । ଚିକିତ୍ସା  ସମୟ ରେ ଜଣା ପଡିଲା ଯେ ପୂର୍ବରୁ ଘଟିଥିବା ଦୁର୍ଘଟଣା ଯୋଗୁଁ ତାଙ୍କ ଶରୀର ର ଗୋଟିଏ ଭ୍ୟାନ ନଷ୍ଟ ହୋଇଯାଇଛି ଓ ଏହାର ଅସ୍ତ୍ରୋପଚାର କରିବାକୁ ପଡିବ । ପରେ ଏହାର ଅସ୍ତ୍ରୋପଚାର କରାଗଲା ହେଲେ ବିଧିର ବିଧାନ କିଛି ଅଲଗା । ଅସ୍ତ୍ରୋପଚାର ପରେ ଶରୀର ଆହୁରି ବିଗିଡ଼ିବା ରେ ଲାଗିଲା । ଦିନ କୁ ଦିନ ପରିବାର ର ଚିନ୍ତା ବଢିଚାଲିଲା ଅର୍ଥ ଅଭାବ ଯୋଗୁଁ ପରିବାର ର ନିଦ ହଜିଗଲା । ଗାଁ ଲୋକଙ୍କୁ ସାହାଯ୍ୟ ମାଗି, ଧାର କରଜ କରି ପୁଣି ଗଙ୍ଗାଧର କୁ ଭୁବନେଶ୍ୱର ଓଲଟପୁର ନେଲେ ସେଠାରେ କିଛି ଦିନ ର ଚିକିତ୍ସା ପରେ ରୋଗ ଭଲ ନ ହେବାରୁ ପୁଣି ଘର କୁ ଫେରି ଆସିଲେ ଏବଂ କିଛି ବର୍ଷ ପରେ ୨୦୧୮ ମସିହା ରେ ପୁଣି କିଛି ଟଙ୍କା କରଜ କରି  କିଛି ଆଶା ସାଉଁଟି ବାଙ୍ଗାଲୋର ଗଲେ ହେଲେ ସେଠିମଧ୍ୟ ପୂର୍ବପରି ନିରାଶ ହେବାକୁ ପଡିଲା । ବର୍ତ୍ତମାନ ଗଙ୍ଗାଧର ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ ଅନ୍ୟ ର ସାହାଯ୍ୟ ହେଲେ ଦିନ ଆରମ୍ଭ ହଉଛି ଓ ରାତି ସରୁଛି । ପିତା ଶ୍ରୀଯୁକ୍ତ ରାମ ରଣା ଓ ମାତା ଶ୍ରୀମତୀ ସାବିତ୍ରୀ ରଣା ଙ୍କ ସତ ଚେଷ୍ଟା ପରେ ମଧ୍ୟ୍ୟ ପୁଅ ଭଲ ନ ହେବା ଯୋଗୁଁ ଦିନ ରାତି ଆଖି ରୁ ଲୁହ ଝରୁଛି । ପୁଅ କୁ ଭଲ କରି ଦିଅ ବୋଲି ଛାତି ଫଟା ନିବେଦନ ।ବାସ୍ତବ ରେ ହୃଦୟ ଦୋହଲାଉଛି । ସବୁ ବାଟ ବନ୍ଦ ପରେ ସରକାର ଙ୍କ ଆଗରେ ନିଜ ପୁଅ ର ଜୀବନ ପାଇଁ ଭିକ୍ଷା ପ୍ରାର୍ଥନା କରିଛନ୍ତି ଉଭୟେ । ପାଇକମାଲ ଡ୍ରାଇଭର ମହାସଂଘ ର କିଛି ସଦସ୍ୟ ଅଜିତ ଦାସ, ରୋହିତ ଯାନୀ, ପ୍ରଦୀପ ସାହୁ, ନୀଳାଞ୍ଚଳ ବେହେରା ଡ୍ରାଇଭର ଗଙ୍ଗାଧର ରଣା ପ୍ରମୁଖ ଚିକିତ୍ସା ପାଇଁ ନିଜ ସଙ୍ଘ, ଜିଲ୍ଲା ପ୍ରଶାସନ, ରାଜ୍ୟସରକାର ଓ ସମସ୍ତ ଜନସାଧାରଣ ଙ୍କୁ ନିବେଦନ ଜଣାଇଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like