-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Jun-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) - ଅନେକ ସମୟରେ କିଛି ନା କିଛି ଘଟଣା ଦୁର୍ଘଟଣାକୁ ନେଇ ଚର୍ଚ୍ଚାରେ ରହି ଥାଏ କଣ୍ଟାବାଞ୍ଜି ସହର। କିଛି ଦିନ ଆଗରୁ ଗାଈ ଉପରେ ବାରମ୍ବାର ଏସିଡ ମାଡ କରି ଘାଇଲା କରିବା ଦେଖାଯାଇଥିଲା । ଏହାକୁ ନେଇ କିଛି ଗାଈ ମାଲିକ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଗାଈ ମାନଙ୍କ ପରେ ଏବେ ବୁଲା କୁକୁର ମାନଙ୍କୁ କେହି ଜଣେ ଦୁର୍ବୃତ୍ତ ଖାଇବାରେ ବିସ ଦେଇ ହତ୍ୟା କରିଥିବା ଦେଖା ଯାଉଛି। ଦିନକୁ ଦିନ ଗୋଟେ ପରେ ଗୋଟେ ବୁଲା କୁକୁର ମୃତ ଅବସ୍ଥାରେ ପଡି ରହିଥିବା ଦେଖାଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ୱାର୍ଡ ନମ୍ୱର୍ ୧୬ ରେ, ଦିନକୁ ଦିନ ବୁଲା କୁକୁର ଗୋଟେ ପରେ ଗୋଟେ କିଛି ଖାଇ ମୃତ୍ୟୁବରଣ କରିଥିବା ଦେଖାଯାଉଛି । ବିଦେଶୀ କୁକୁର ମାନଙ୍କୁ ତାଙ୍କ ମାଲିକ ମାନେ ହଜାର ହଜାର ଟଙ୍କାରେ କିଣି ସେମାନଙ୍କ ଘରେ ରଖି ତାଙ୍କର ଘର ସଦସ୍ୟଙ୍କ ଭଳି ଯନ୍ତ୍ ନେଉଛନ୍ତି, ସେମାନଙ୍କୁ କିଛି ହେଲେ ମାଲିକ ମାନେ ଦିନ ରାତି ଏକ କରି ପକାଉଛନ୍ତି କିନ୍ତୁ ଏହି ବୁଲା କୁକୁରଙ୍କ କେହି ସାହା ଭରଷା ନ ଥିବାରୁ ଏମାନଙ୍କ ଦିନକୁ ଦିନ ହେଉଥିବା ମୃତ୍ୟୁକୁ କେହି ଧ୍ୟାନ ଦେଉ ନାହାନ୍ତି। କିଛି ଅମାନୁଷିକ ବ୍ୟକ୍ତି କଣ୍ ପାଇଁ ଏବଂ କେଉଁ ମନ୍ଦ୍ ଉଦ୍ଦେଶ୍ୟ ରେ ଏମାନଙ୍କୁ ଖାଇବାରେ ବିଷ ଦେଇ ହତ୍ୟା କରୁଛନ୍ତି ତାହାର ଉଚିତ ତଦନ୍ତ ହେବା ଦରକାର ଏବଂ ଦୋଷୀ ବିରୁଦ୍ଧରେ ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ୧୬ ନମ୍ୱର୍ ୱାର୍ଡର ନିବାସୀ ଦାବି କରିଛନ୍ତି ।