-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
15-Jun-2022
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଜଗନ୍ନାଥ ମନ୍ଦିର ଓ ଦଧିବାମନ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ବହୁ ଆଡମ୍ବରେର ଅନୁଷ୍ଠିତ ହୋଇ ଯାଇଛି । ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ପହଞ୍ଚିବା ପରେ ସ୍ନାନ କାର୍ଯ୍ଯ ଆରମ୍ଭ କରା ଯାଇଥିଲା। ମନ୍ଦିର ପୂଜକ ପ୍ରମୋଦ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଗିରିଶ ଚନ୍ଦ୍ର ମିଶ୍ର ପୁଜାକାର୍ଯ୍ଯ ସମ୍ପାଦନ କରିଥିଲେ। ଦୁଇ ମନ୍ଦିରରେ କର୍ତ୍ତା ଭାବରେ ରାଜ ପରିବାର ମୁଖ୍ଯ ରାଜା ଅରୁଣ ସିଂହଦେଓ ଦାୟିତ୍ବ ତୁଲାଇଥିଲେ ।
ସେହିପରି ଭାବେ ଦଧିବାମନ ମନ୍ଦିରରେ ମୁଖ୍ଯ ପୂଜକ ଉମାଶଙ୍କର ତ୍ରିପାଠୀ ପୂଜାକାର୍ଯ୍ଯ ସମ୍ପାଦନ କରିଥିବା ବେଳେ ଭବାନୀ ଶଙ୍କର ତ୍ରିପାଠୀ, ରାଜେଶ ତ୍ରିପାଠୀ, ସହଯୋଗ କରିଥିଲେ। ମନ୍ଦିର କମିଟିର ସାଧାରଣ ସମ୍ପାଦକ ଅନିଲ
କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଜଗନ୍ନାଥ ଜୈନ, ବଣିକସଂଘ ସଭାପତୀ ସୁବାସ ଜୈନ, ପୂର୍ବତନ ବଣିକ ସଂଘ ସଭାପତି ସରୋଜ ଜୈନ, ପରାମର୍ଶଦାତା ହରି ସାହୁ, କରମ ଚନ୍ଦ ଜୈନ, ମୁନିରାମ ଜୈନ, ଜୟ ଭଗବାନ ଜୈନ, ଅନିଲ ନାଏକ, ତପନ ଚନ୍ଦା, ବିପିନ ପଣ୍ଡା, କାର୍ଯ୍ଯକାରିଣୀ ସଦସ୍ଯ ରଞ୍ଜନ ସଡଙ୍ଗୀ, ହେମନ୍ତ ସାହୁ, ସିତେଶ ଜୈନ, ତ୍ରିନାଥ ସାହୁ, ଚନ୍ଦନ ସିଂଦେଓ, ଗୋପୀ ସାହୁ ପ୍ରମୁଖ ସହଯୋଗ କରିଥିଲେ