-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ପଦ୍ମପୁର ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା କଳା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ସଚେତନ ହେମା ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ନାଟ୍ୟକାର ରାଜକୁମାର ସାହୁ ଜନ ଜୀବନର ସରଳ ଅଭିବ୍ୟକ୍ତି ହିଁ ଲୋକକଳା ବୋଲି କହିବା ସହ ଲୋକକଳାର ସମାଜ ପ୍ରତି ଅବଦାନକୁ ବଖାଣି ଥିଲେ l ନିମନ୍ତ୍ରିତ ରସିକ ବରିହା ଧୁନକେଲ ଗୀତ , ଘନଶ୍ୟାମ ଭୋଇ ହଲିଆ ଗୀତ, ହୁମୋ ଗୀତ ଆଦି ପରିବେଷଣ କରାଯାଇଥିଲା
ଅନୁଷ୍ଠାନର ଘନଶ୍ୟlମ ସାହୁ,ଜୟନ୍ତ ସାହୁ, ଇନ୍ଦ୍ରମଣି ସାହୁ, ହେମନ୍ତ ମହାକୁଡ଼,କୁଳମଣି ପଶୟତ, ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଲୋକକଳା ବଞ୍ଚିଲେ ଭାଷା, ସାହିତ୍ୟ ଓ ସଂସ୍କୃତି ବଂଚିବ l ଲୋକକଳାକୁ ବଞ୍ଚାଇବାକୁ ଏବର୍ଷ ମଧ୍ୟ ଲୋକକଳା ମହୋତ୍ସବ ଆୟୋଜନ କରାଯିବ ବୋଲି ନିର୍ଦେଶକ ରାଜକୁମାର ସାହୁ ପ୍ରକାଶ କରିଥିଲେ l
(ପଦ୍ମପୁର ରୁ ନରହରୀ ବଗର୍ତ୍ତୀଙ୍କ ରିପୋର୍ଟ)